STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶବ୍ଦ କ୍ଷେପଣାସ୍ତ୍ର

ଶବ୍ଦ କ୍ଷେପଣାସ୍ତ୍ର

1 min
4

କବିତା - ଶବ୍ଦ କ୍ଷେପଣାସ୍ତ୍ର
 ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୨-୨୦୨୬
 +++++++++++++++++
 ଗୀତ ଗାଇଲି ଗୁଣୁଗୁଣେଇଲି ଯେବେ
 ମୁରୁକି ହସି ଦାନ୍ତ ଦେଖେଇଲି ଯେବେ
 ଫୁଲେଇ ହେଉଛି
ଫୁସୁର ଫାସର ସର୍ବେ

 ଖିଲି ଖିଲି ହସିଦେଲି ଆଗତୁରା ଯେବେ
 ମିଛି ମିଛିକା ଅଝଟ ଝଞ୍ଜଟ କଲି ଯେବେ
ଖଣ୍ଡଗିରି ନାଟକ ରିହଲସେଲ କହିଲେ ଗର୍ବେ

 ଛାତି ଫଟେଇ ଗୁମୁରି ଗୁମୁରି କାନ୍ଧିଲି ଯେବେ
 ନୟନ ଯୋଗଳରୁ ଲୁହ ଝରେଇଲି ଯେବେ
 ପେଁକାଳି ବଜଉଛି କହି ଉଡେଇ ଦେଲେ ସର୍ବେ

 ପୂଜା ପାର୍ବଣରେ ମାତିଲି ନାଚିଲି ଯେବେ
ଖେଳକୁଦରେ ପାଠ ସମୟ ସାରିଲି ଯେବେ
ଛତରା ବଜାରୀ ସୁଆଙ୍ଗ କରି କହିଲେ ସର୍ବେ

 ପଦକ ସାର୍ଟିଫିକେଟ କେତେ ଆଣିଲି ଯେବେ
ମନ୍ତ୍ରୀ ସହ ଫଟୋ ଭାଇରାଲ କରିଲି ଯେବେ
ବଂଶର ନାଁ ଉଜ୍ଜଳ କରିବ କହିଲେ ଗର୍ବେ

 ବେକାର ନାହିଁ ଗୋଜଗାର ବୁଲିଲି ଯେବେ
ଭେଣ୍ଡିଆ ଅଳସୁଆ ହୋଇ ଶୋଇଲି ଯେବେ
 ଅକାଳକୁଷ୍ମାଣ୍ଡୁ କହି ଚିଡ଼େଇଲେ ସର୍ବେ

 ଭାଇମାନେ !
 ଏ ଦୁନିଆର ଗଜବ ଅଜବ ରଣନୀତି
 ପୀଡାଦାୟକ ଏଠି ଶବ୍ଦ କ୍ଷେପଣ
ବିନା ବୁଝାଶୁଝାରେ କ୍ଷେପଣାସ୍ତ୍ର ମାରଣ
 ସମୟ ସୁବିଧା ମିଲିଗଲେ ମାଆ ରାଣ
 ନିଜ ମାଟି ନିଜେ ଚଷିବୁ ରହିଲା ରାଣ
ସମସ୍ୟା ସମାଧାନର ଗୁରୁମନ୍ତ୍ର ନାଲିବତି


Rate this content
Log in

Similar oriya poem from Fantasy