ସୁଷମାମୟୀ ମନିକା
ସୁଷମାମୟୀ ମନିକା
ଜାଣିଛ ମନିକା,
ଆଜିଠୁ ନା ଗୋଟେ
ନୂଆ ପର୍ଯ୍ୟାୟର ଆରମ୍ଭ ହେଲା
ଏବେ ଯେଉଁ ଆଡ଼କୁ ଦେଖିଲେ
କେବଳ ତୁମେ ଆଉ ମୁଁ
ମୁଁ ଆଉ ତୁମେ......।
ଏବେ ମୁଁ ବି ଏକା ଏକା
ଆଉ ତୁମେ ବି ଏକା
ତ ଆସ ତୁମେ
ଆଉ ଢ଼ାଳି ଦିଅ
ତୁମ ପ୍ରୀତିର ବାରିଧାରାକୁ
ମୁଁ ମଧୂପ ହେଇ ପିଉଥିବି,
ହଜୁଥିବି ପୁଣି ଭିଜୁଥିବି
ଆଗତ ମାର୍ଗର ଅନ୍ୱେଷଣ କରି....।
ଫେରିଆସ ପୁଣିଥରେ
ସେଇ ପରିଧିକୁ
ଯେଉଁ ପରିଧି ଏକାକାର କରିଥିଲା
ସକାଳରୁ ସଞ୍ଜ ଯାଏଁ
ପୁଣି ଗାଁ ଠୁ ସହର ଯାଏଁ
ତୁମକୁ ପ୍ରତିଟି କ୍ଷଣରେ
ମୋ ସହ ଯୋଡିଦେଇ ଥିଲା
ଗୋଟେ ନିଚ୍ଛକ ବନ୍ଧନରେ……।
ଚାଲୁଛି,ଚାଲୁଥିଲି ଆଉ ଚାଲୁଥିବି
ତୁମରି ପଦଚିନ୍ହକୁ ଅନେଇ
ଧୀର ମନ୍ଥର ଗତିରେ
ସୂତା ଖିଅଟିର ଧାରେ ଧାରେ
ଖୋଜି ଖୋଜି ସେଇ ସୁଷମାମୟୀ
ସଫଳତାର ସୁନ୍ଦରୀକୁ
ହାସଲ ନ କରିବା ପର୍ଯ୍ୟନ୍ତ…..।

