STORYMIRROR

Chittaranjan Nanda

Fantasy Inspirational

4  

Chittaranjan Nanda

Fantasy Inspirational

ସୁଖୀ ଜୀବନର ସରଳସୂତ୍ରଟିଏ

ସୁଖୀ ଜୀବନର ସରଳସୂତ୍ରଟିଏ

2 mins
377


ଜୀବନର ସ୍ଥିତି ପରା ଅଙ୍କ ଓ ଜ୍ୟାମିତି 

କଷାର ସମାହାର

ହରଣ, ଗୁଣନ, ମିଶାଣ ଓ ଫେଡ଼ାଣ 

ହୋଇ ଥାଏ ତା ଭିତର ।


ଭାଗ ଫଳ ସେଥିରୁ ମିଳିବା କେବେ 

ହୁଅଇ ଅତ୍ୟନ୍ତ କଷ୍ଟକର

ଆଶା ବିଶ୍ୱାସରେ ତିଷ୍ଟିବା ରହିଥାଇ 

ମନୋଭାବ, ସଦା ମଣିଷର ।


ମନୋଭାବ, ଶେଷ ଠିକଣା

ଅନ୍ତିମ ଜୁଇଶିଖା ପର୍ଯ୍ୟନ୍ତ, ରହିବ,

ଯୋଗ ବିରହ ହୃଦୟ ଭିତରେ ମନୁଷ୍ୟ

କୁ ତ ବଂଚିବାକୁ ହେବ ।


ବିବିଧ କସୁମରେ ଶୋଭିତ ମୋର 

ଏଇ ମାଆା ବସୁନ୍ଧରା,

ପ୍ରକୃତିର ରୂପ ଲହରୀରେ, ବିବିଧ 

ଚମକ ଭରେ ତା ଚାରୁଧାରା ।


କୋକିଳର ମଧୁସ୍ବନ ମିଠା, ସୃଷ୍ଟିର 

ସବୁଜିମା ବେଶ, ରମଣୀୟ

ମଣିଷର ତନୁ ଓ ମନକୁ ନଚାଏ 

ସୃଷ୍ଟିର ମହକ ଓ ମୃଦୁ ମଳୟ ।


ସଂସାରରେ ମଣିଷ ଜୀବନ ଗତି 

କରେ, ଆନନ୍ଦ ଓ ଲହୁ ନେଇ,

ରଙ୍ଗ ପସରାର ରୁତୁ ଓ ମାସ ରୁଚିମୟ 

ମନକୁ ଦିଏ ଚହଲାଇ ।


ସୁନ୍ଦରମୟ ଅନ୍ତହୀନ ଅନୁରାଗ, ମିଠା 

ସମ୍ମୋହନ ମନେ ଜାଗେ

କେତେ ଭାବ ପ୍ରବଣତା, ମାଦକତା ଓ 

ପ୍ରେମମୟ ସପନ ଲାଗେ ।


ସମୟର କାଳଚକ୍ର ବହି ଚାଲିଛି ଦେଖ 

ଅଙ୍କା ବଙ୍କା ନଈ ସଦୃଶ

ଦୁନିଆଁ ଏକ ରଙ୍ଗ ମଞ୍ଚ ମଣିଷ ଏକ ଏକ

କଳାକାରଟିଏ ପରି ଦୃଶ୍ଯ ।


ମନରେ ପ୍ରଶ୍ନ ଆସେ ବାସ୍ତବରେ 

ମଣିଷ ଜୀବନଟା କ'ଣ

ଜୀବନଟା ଏକ ନାଟକ ଓ ଆମେ ନାଟକର 

ଅଭିନେତା ଓ ଅଭିନେତ୍ରୀଗଣ ।


ନିର୍ଦ୍ଦିଷ୍ଟ ସମୟ ସୀମାକୁ ଆମେ

କିପରି ଅତିବାହିତ କରିବା

ଏ ରଙ୍ଗ ମଞ୍ଚରେ ଆଶାକୁ ନେଇ କେଉଁ 

ଢଙ୍ଗେ ଜୀବନ ଜୀଇଁବା ।


ସଂପୂର୍ଣ୍ଣ ଭାବେ ଆମ ଉପରେ ନିର୍ଭରଶୀଳ, 

ଏହି ପ୍ରଶ୍ନ ଗୁଡିକର ଉତ୍ତର,

କର୍ମ ନେଇ ପାପ ପୁଣ୍ୟ, ଧର୍ମ ଅଧର୍ମ,

ନ୍ୟାୟ ଅନ୍ୟାୟର ଫଳ ଆମର ।


କର୍ମ ଉପରେ ନିର୍ଭର କରିଥାଏ, ଯେପରି 

କର୍ମ ସେପରି ଫଳ ପାଇବା,

କର୍ମର ଫଳ ଏହି ଜନ୍ମରେ ପ୍ରାପ୍ତ, ଯେପରି 

ବୁଣିବା ସେପରି କାଟିବା ।

 

ଦରିଦ୍ର ସାଧାରଣ ଲୋକଟିଏ ପାଇଁ 

ଜୀବନଟା ବଡ ବୋଝ ହୁଏ

ଧନୀ ଲୋକଟି ପାଇଁ ଜୀବନଟା ତାକୁ

ପରମ ଆନନ୍ଦ ଦିଏ ।


ହତାଶ ପ୍ରେମିକଟେ ପାଇଁ ସଦାବେଳେ

ଜୀବନଟା ରହେ ମରୁଭୂମି,

ଆଧ୍ୟାତ୍ମିକବାଦୀ ମାନଙ୍କ ପାଇଁ ଦେବାଳୟ

ରହେ ଜୀବନର କର୍ମଭୂମି ।


ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଜୀବନର ଅର୍ଥ 

ଭିନ୍ନ ଭିନ୍ନ ହୋଇଥାଏ,

ଜନ୍ମ ଏବଂ ମୃତ୍ୟୁ ନିଶ୍ଚିତ, ନିର୍ଦ୍ଦିଷ୍ଚ ସମୟ 

ସୀମାରେ କାର୍ଯ୍ୟ ନିଘଣ୍ଟ ହୁଏ ।


ନିଜର ସ୍ୱାର୍ଥ, ଅହଂକାର, ହିଂସା, ଈର୍ଷା, ଓ

ଦ୍ୱେଷ, ପରଶ୍ରୀକାତରତା ରହେ

ଏହି ଗୁଣ ସବୁ ଯୋଗୁଁ ସମସ୍ତ ସମ୍ପର୍କ ମଧ୍ୟରେ 

ବିରହ କଳହ ବିଛେଦ ସୃଷ୍ଟି ହୁଏ ।


ତୁଛା ମାନ ଅଭିମାନ ଯୋଗୁଁ ସ୍ନେହ ପ୍ରେମ 

ଆବିଳତାରେ ଭର୍ତ୍ତି ହେଉଛି,

ଅର୍ଥର ଲାଳସାରେ ଆପଣାର ଲୋକଙ୍କୁ 

ମୁହୂର୍ତ୍ତକରେ ପରକରି ଦେଉଛି ।


ଆଶା କାମନାକୁ ନେଇ ମଣିଷ ମନ ହୃଦୟ

ରେ କେତେ ସପନ ଗଢଇ,

କାମନା ହିଁ ସର୍ବ ଦୁଃଖର ମୂଳ କାରଣ,

ଜାଣ ମୋର ସବୁ ଭଉଣୀ ଭାଇ ।


ଖୁସିରେ ଜୀବନଯାପନ କରିବା ଲାଗି କିଛିି 

ଆଶା କରିବା ତ ସ୍ୱାଭାବିକ କଥା,

ରାଗ ଋଷା,ମାନ ଓ ଅଭିମାନକୁ ଛାଡି,

ପ୍ରେମ ସେନେହ, ଅପୂର୍ବ ବନ୍ଧନ ରାସ୍ତା ।


ସେଥିରେ ସଭିଁଙ୍କୁ ବାନ୍ଧି ରଖିପାରିଲେ ହିଁ 

ଜୀବନଟି ସରସ, ସୁନ୍ଦର ହୁଏ

ଏହି ସତ୍ୟବାଣୀ ପାଳିବା କଠିନ,

ଏହାହିଁ ସୁଖୀ ଜୀବନର ସରଳସୂତ୍ରଟିଏ ।


Rate this content
Log in

Similar oriya poem from Fantasy