STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ସୁଖ ଯେବେ ଦୁଃଖ ଦିଏ

ସୁଖ ଯେବେ ଦୁଃଖ ଦିଏ

1 min
391

ଓଡ଼ିଆ ଘରର ସୁସ୍ବାଦୁ ବ୍ୟଞ୍ଜନ

ଖାଏ ଯିଏ ସିଏ ଜାଣେ

ଅମୃତ ଭୋଜନ ହରିଥାଏ ମନ

ରହିଯାଏ ହୃଦ କୋଣେ।

ବିରି, ଚାଉଳରେ ଚକୁଳି ନାମରେ

ମା' ହସ୍ତେ ତିଆରି ପିଠା

ମନ ହୃଦୟକୁ ଛୁଇଁ ଯାଏ ସେହୁ

ଲାଗେ ମୋତେ ମିଠା ମିଠା।

ଦିନକର କଥା ମୋ ହୃଦୟ ବ୍ୟଥା

ପଡୁଅଛି ଆଜି ମନେ

ବୋଉ କରୁଥିବା ଚକୁଳି ପିଠାକୁ

ଖାଉଥାଏ ପୟ ଜ୍ଞାନେ।

ଜଣା ନ ପଡ଼ିଲା ଭୋଜନ ସରିଲା

ବିରି ଚୁନା ଗଲା ସରି

ମୋ ବୋଉ ଉପାସ ରହିଲା ସେଦିନ

ଏବେ ଦୁଃଖ ଦିଏ ଭାରି।

ସେଦିନ ରାତିରେ ଶୋଇଲି ଶେଯରେ

ନିଦ୍ରା ନ ଆସିଲା ଜମା

ବଦହଜମୀରେ ଛାତି ଜଳେ ପୋଡେ

ଟପିଲେ ଖାଇବା ସୀମା।

ସେହି ଦିନଠାରୁ କରିଛି ମୁଁ ସ୍ଥିର

ନ ଖାଇବି ମନ ଭରି

ଜଳ,ବାୟୁ ପାଇଁ ସ୍ଥାନ ରଖିଥିଲେ

ସେ ବ୍ଯଥାରୁ ହେବି ପାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract