STORYMIRROR

Dharitri Das

Inspirational Children

4  

Dharitri Das

Inspirational Children

ସତର୍କତା ଓ ସଜାଗ

ସତର୍କତା ଓ ସଜାଗ

1 min
367


କର୍ମମୟ ଏହି ଜୀବନ ଚର୍ଯ୍ୟାରେ

  କର୍ମ କରିବାଟା ସାର

କର୍ମ ପଥେ ଚାଲିବାକୁ ହେଲେ ଭାଇ

    ସତର୍କତା ଦରକାର।


ଉଠିବ ଝଡ ଆଉ ବହିବ ଝଞ୍ଜା

   ଜୀବନର କର୍ମପଥେ 

ସେଥିପାଇଁ ଭୟ କରିବାନି ଆମେ

   ସଜାଗ ରହିବା ନିତ୍ୟେ।


ସତର୍କତା ସହ କର୍ମ କରୁଥିଲେ

   ବିପଦ ଆସଇ ନାହିଁ

ବେଳ ଥାଉଁ ଥାଉଁ ସଜାଗ ହୋଇଲେ

    ଆପଦ ଦୂରେଇ ଯାଇ।


ରକ୍ତ ଦାନ ଅଙ୍ଗ ଦାନ ଭଳି ଦାନ

    ଅଟଇ ମହତ ଦାନ

ସମାଜର ହିତ କରିଥାଏ ଏହା

    ସବୁଠୁଁ ମହତ୍ତ୍ଵ ପୂର୍ଣ୍ଣ ।


ଈଶ୍ବରଙ୍କ ଦାନ ଏ ମର ଶରୀର

    ରହିବନି ଚିରଦିନ

ସୁକର୍ମଟି ନିଶ୍ଚେ ଚିରସ୍ଥାୟୀ ହେବ

    ଚାଲିଗଲା ପରେ ପ୍ରାଣ।


ସେଥିପାଇଁ ଆସ ସଚେତନ ହେବା

    ସୁକର୍ମରେ ଦେଇ ମନ

ସମାଜର ହିତ କାମନା କରିବା

   ଜୀବନ ହୋଇବ ଧନ୍ୟ।



Rate this content
Log in

Similar oriya poem from Inspirational