Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ସତର୍କ

ସତର୍କ

1 min
390


ସତର୍କ ରହିବା ଅଟେ ସବୁଠି ଜରୁରୀ

ସତର୍କତା ବିନା ସିନା ଦୁଃଖେ ହେଉ ଘlରି ।

ସତର୍କ ସଜାଗ ଭାବେ କରୁ ଥିଲେ କାର୍ଯ୍ୟ

ସବୁ ଠାରେ ସଫଳତା ମିଳଇ ଆଶ୍ଚର୍ଯ୍ୟ ।

ସହଜ ସୁଗମ ମାର୍ଗ ସତର୍କ ରହିବା

ସବୁ ଠାରେ ଆଗ ପଛ ଦେଖି କି ଚାଲିବା ।

ସେମିତି ଚଳିବା ବେଳେ ବୁଝି ଓ ବିଚାରି

ସତର୍କତା ସହିତ ରେ କାର୍ଯ୍ୟ ଥାଉ କରି ।

ସତର୍କତା ସହିତ ରେ ସତ ମିଛ କହି

ସମ୍ଭାବ୍ୟ ଗଣ୍ଡଗୋଳ କୁ ଥାଆନ୍ତି ଟଳାଇ ।

ସମାଧାନ ଲାଗି ପୁଣି ଗୁରୁତ୍ବ ବହନ

ସତର୍କତା ବ୍ୟବସ୍ଥା ହିଁ ଅଟେ ସୁମହାନ ।

ସତର୍କ ଚିତ୍ତ ରେ ସବୁ ବେଳେ ଚଳୁ ଥିଲେ

ସମ୍ଭାବନା ନାହିଁ ଦୁଃଖ ବାଧା ବିଘ୍ନ ଭଲେ ।

ସଭିଏଁ ରହି କି ଚଳି ଯାନ୍ତି ସନ୍ତୋଷ ରେ

ସତର୍କ ରହିବା ଏଣୁ ଆସ ହେ ସକଳେ ।

ସତର୍କତା ବିନା କାହିଁ ହୁଏ କି ପ୍ରକାର

ସଫଳତl ମୂଳ ମନ୍ତ୍ର ସତର୍କ ରହିବାର ।

ସମ୍ପାଦିତ ହୋଇଥାଏ କାର୍ଯ୍ୟ ସଭିଙ୍କ ର

ସତର୍କତା ଜାଗରୁକତା ର ନାମ ମାତ୍ର ।

ସବୁ ଉଦ୍ଭାବନ ଆଉ ଆବିଷ୍କାର ମାନ

ସତର୍କ ଭାବ ରେ ହୋଇ ଥାଏ ସମ୍ପାଦନ ।

ସବୁ ବେଳେ ହାତେ ମାପି ଚାଲିଲେ ଚାଖଣ୍ଡେ

ସୁବିଧା ସୁଯୋଗ ଯେତେ ମିଳି ଥାଏ ଚlଣ୍ଡେ ।

ସତର୍କ ନ ହେଲେ ବାଧା ବିଘ୍ନ ଓ ଦୂର୍ଗତି

ସୁଯୋଗ ର ହାତଛଡ଼ା ବଢ଼ଇ ଅଶାନ୍ତି ।

ସତର୍କ ଭାବ ରେ ନିଜ ତୃଟି ନିଜେ ଦେଖି

ସୁଧାରି ପାରିଲେ ସିନା ମିଳେ ସୁଖ ଶାନ୍ତି ।



Rate this content
Log in

Similar oriya poem from Action