STORYMIRROR

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ସତ ନୁହେଁ ତୋର ନିରୀହ ଚାହାଣି ମିଛର ପ୍ରବଳ କଷ୍ଟ

ସତ ନୁହେଁ ତୋର ନିରୀହ ଚାହାଣି ମିଛର ପ୍ରବଳ କଷ୍ଟ

1 min
211


ସତ ନୁହେଁ ତୋର ନିରୀହ ଚାହାଣି

ମିଛର ପ୍ରବଳ କଷ୍ଟ

ପ୍ରେମର ଦୁଆରେ ମତେ ଲୋ ବସେଇ

ଜୀବନ କରିଲୁ ନଷ୍ଟ

..........ସତ ନୁହେଁ ତୋର ନିରୀହ ଚାହାଣି

               ମିଛର ପ୍ରବଳ କଷ୍ଟ ! ୦ !


ମୋ ବାଟେ ଥିଲି ଏକା ମୁଁ ବାଟୋଇ

ମିଛରେ ଧରିଲୁ ହାତ

ହସର ମୋହରେ ମତେ ତୁ ଭୁଲାଇ

ଗାଇଲୁ ସପନ ଗୀତ

ଫଗୁଣ ଛୁଆଁରେ ମତେ ଲୋ ସଜେଇ

କରିଲୁ ପ୍ରେମର ଦୁଷ୍ଟ

..........ସତ ନୁହେଁ ତୋର ନିରୀହ ଚାହାଣି

               ମିଛର ପ୍ରବଳ କଷ୍ଟ ! ୧ !


ଏ କୂଳ ହେଲିନି ସେ କୂଳ ହେଲିନି

ମଝିରେ ବୁଡୁଛି ମରି

ତୋ ଓଠେ ଖେଳୁନି ଆହାର ସାହାକୁ

ଟିକିଏ ଦରଦ ଘାରି

ଭାବିବିକି ଆଉ ମୋ ଭାଗ୍ୟରେ ଥିଲୁ

ତୁ କାଳେ ଏମିତି ରିଷ୍ଟ 

..........ସତ ନୁହେଁ ତୋର ନିରୀହ ଚାହାଣି

               ମିଛର ପ୍ରବଳ କଷ୍ଟ ! ୨ !


ତଥାପି କାହାଣୀ ଭିତରୁ ଖୋଜୁଛି

ତୁ ପ୍ରିୟା ନାୟିକା ବୋଲି

ମୋ ଲୁହ ଦୁଃଖକୁ ପୋଛିବୁ ପଣତେ

ଆଶାର ସୁଖକୁ ଖୋଲି

ତେବେ ମୁଁ ଜାଣିବି ଏ ମନ ଘରର

ସୁନ୍ଦରୀ ଘରଣୀ ତୁଷ୍ଟ 

..........ସତ ନୁହେଁ ତୋର ନିରୀହ ଚାହାଣି

               ମିଛର ପ୍ରବଳ କଷ୍ଟ ! ୩ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy