Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

sasmita tripathy

Tragedy

4.0  

sasmita tripathy

Tragedy

ତୀକ୍ଷ୍ଣ ସ୍ୱର

ତୀକ୍ଷ୍ଣ ସ୍ୱର

1 min
113


ତୁମ କଟାକ୍ଷର ତୀକ୍ଷ୍ଣ ସ୍ୱର ଆଜି ମଧ୍ୟ

ପ୍ରକମ୍ପିତ ହୁଏ ମୋ ହୃଦୟାକାଶରେ 

ମହାଶୂନ୍ୟର ଶୂନ୍ୟବାଣୀ ପରି

ତୁମ ଶବ୍ଦର ଶର ଶଯ୍ୟାରେ ମୋର

ପ୍ରାଣ କ୍ଷତାକ୍ତ ଯନ୍ତ୍ରଣା ଜର୍ଜରିତ


ନବ ପଲ୍ଲଵିତ ସମ୍ଭାବନା ଗୁଡିକ

ଭୂପତିତ ଧରାଶାୟୀ ମୃତବତଃ 

ଆହ୍ଲାଦିତ ହେଉ ନାହିଁ ପ୍ରାଣର ପୁଲକ

ନା ମିଳନର ଅଭୀପ୍ସା ନା ବିଛେଦର ଗ୍ଲାନି

ଛୁଇଁ ପାରୁ ନାହିଁ ବୁକୁ ତଳ ଭୂଇଁ 


ଆତ୍ମଗ୍ଲାନି ଅନ୍ତର୍ଦ୍ୱନ୍ଦ୍ୱର ଘମାଘୋଟ ସଂଗ୍ରାମ 

ଚାଲିଛି ମନ ଓ ହୃଦୟ ଭିତରେ

କିଏ ହେବ ବିଜୟୀ  ଏହା ସନ୍ଦିହାନ 

ସବୁକିଛି ଅସ୍ପଷ୍ଟ  ଚତୁର୍ଦ୍ଦିଗ ଧୂମ୍ରାଭ

ମୃଗତୃଷ୍ଣା ମୋହର ଆଭରଣ ଭିତରେ

ଅଦୃଶ୍ୟ ଭବିଷ୍ୟତର ଦୃଶ୍ୟପଟ



Rate this content
Log in

More oriya poem from sasmita tripathy

Similar oriya poem from Tragedy