ଏ ମନ ଧ୍ବଂସ ହେଉ
ଏ ମନ ଧ୍ବଂସ ହେଉ


ଏହି ବିରାଟ ସ୍ୱପ୍ନଧାରିତ, ସ୍ୱପ୍ନବିଳାସୀ
ଅସୁମାରି ଆଶାର ନଈରେ ପହଁରୁଥିବା ମନ,
ବାରବାର ଆଘାତରେ ଆହତ ହୋଇ
କୋହକୁ, ଲୁହକୁ ଔଷଧ ଓ ରକ୍ତକୁ ସମ୍ପତ୍ତି କରି
ଭିତର ଶବ ସହ ବନ୍ଧୁ ସାଜିଥିବା ମନ,
ଦୁର୍ବଳ ଚଟ୍ଟାଣ ଆଧାରରେ ବିବେକର ଅଟ୍ଟାଳିକା
ଗଢିଥିବା ଭାବବିହ୍ୱଳିତ ମନ ନଷ୍ଟ ହେଉ
ଏ ମନ ସମୂଳେ ଧ୍ୱଂସ ହେଉ ।
ଅଯଥା ବିତର୍କ କରି ମୂର୍ଖତାପୂର୍ଣ୍ଣ ଆଚରି
ପାଗଳ ପ୍ରଳାପ କରି ହସରେ କାନ୍ଦୁଥିବା ମନ,
ଲୁହର କାରଖାନା ନିର୍ମାଣ ପାଇଁ
ବିବେକର ବିନାନୁମତିରେ ଚଞ୍ଚକତାରେ
ବାରବାର ହୃଦୟରେ ଘର ଗଢୁଥିବା ମନ,
ଭାବନାର ସମ୍ବିଧାନ ରୋକ ଲଗାଇଛି
ଏ ବେନିୟମ ମନର ଆଧୁନିକ ଦୂର୍ଗ
ସମ୍ପୂର୍ଣ୍ଣ ଧୂଳିସାତ୍ ହେଉ ମନ ନାଶ ହେଉ
ଏ ମନ ସମୂଳେ ଧ୍ୱଂସହେଉ।