STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଅସ୍ଥିତ୍ଵ

ଅସ୍ଥିତ୍ଵ

1 min
160


ନୁହେଁ ମୁଁ ଦ୍ରୈପଦୀ ନୁହେଁ ମୁଁ ସାବିତ୍ରୀ

ଅବା ସତୀ ଅନସୂୟା

ଜାଣେ ନାହିଁ ମୁଁ ଯେ କେଉଁ ଅସ୍ଥିତ୍ଵରେ

ହୋଇଛି ଆଜି ମୁଁ ଠିଆ।


ଦୁନିଆ ଆଖିରେ ଜନନୀଟିଏ ମୁଁ

କେବେ କହେ ସେ ଘରଣୀ

କେବେ କେବେ କହେ ଭଗିନୀ ସେ ଆମ

ପୁଣି କେବେ ଗୃହଲକ୍ଷ୍ମୀ।


କାହା ଆଦର୍ଶରେ ମୋ ଜୀବନ ଗଢ଼ା

କେଵେ ସାଜଇ ନର୍ତ୍ତକୀ

ହାତର ତିଆରି କଣ୍ଢେଇଟିଏ ମୁଁ

କେବେ କରିନି ଆପତ୍ତି।


ଯନ୍ତ୍ରଣା ଯୁଇରେ ଜଳୁଛି ଆଜି ମୁଁ

ଜହର ଯାଇଛି ପିଇ

ତଥାପି ମୁଖରେ ହସ ଭରିଦିଏ

ଓଢ଼ଣା ଭିତରେ ଥାଇ।


କେବେ କେବେ ପୁଣି ଶିକାର ହୁଅଇ

କାମନାର ଆଶା ପାଇଁ

ଆଉ କେବେ ଲାଞ୍ଛିତ ହୁଏ ମୁଁ

ନିନ୍ଦା ଅପନିନ୍ଦା ନେଇ।


ବୁଝି ମୁଁ ପାରୁନି ଅସ୍ଥିତ୍ଵ ମୋହର

ସମାଜରେ ଅଛି ନାହିଁ 

ତଥାପି ଜିଇଁଛି ଜିଇଁଥିଵି ସଦା

ସଭିଙ୍କର ଖୁସି ପାଇଁ।



Rate this content
Log in

Similar oriya poem from Tragedy