ଅସ୍ଥିତ୍ଵ
ଅସ୍ଥିତ୍ଵ


ନୁହେଁ ମୁଁ ଦ୍ରୈପଦୀ ନୁହେଁ ମୁଁ ସାବିତ୍ରୀ
ଅବା ସତୀ ଅନସୂୟା
ଜାଣେ ନାହିଁ ମୁଁ ଯେ କେଉଁ ଅସ୍ଥିତ୍ଵରେ
ହୋଇଛି ଆଜି ମୁଁ ଠିଆ।
ଦୁନିଆ ଆଖିରେ ଜନନୀଟିଏ ମୁଁ
କେବେ କହେ ସେ ଘରଣୀ
କେବେ କେବେ କହେ ଭଗିନୀ ସେ ଆମ
ପୁଣି କେବେ ଗୃହଲକ୍ଷ୍ମୀ।
କାହା ଆଦର୍ଶରେ ମୋ ଜୀବନ ଗଢ଼ା
କେଵେ ସାଜଇ ନର୍ତ୍ତକୀ
ହାତର ତିଆରି କଣ୍ଢେଇଟିଏ ମୁଁ
କେବେ କରିନି ଆପତ୍ତି।
ଯନ୍ତ୍ରଣା ଯୁଇରେ ଜଳୁଛି ଆଜି ମୁଁ
ଜହର ଯାଇଛି ପିଇ
ତଥାପି ମୁଖରେ ହସ ଭରିଦିଏ
ଓଢ଼ଣା ଭିତରେ ଥାଇ।
କେବେ କେବେ ପୁଣି ଶିକାର ହୁଅଇ
କାମନାର ଆଶା ପାଇଁ
ଆଉ କେବେ ଲାଞ୍ଛିତ ହୁଏ ମୁଁ
ନିନ୍ଦା ଅପନିନ୍ଦା ନେଇ।
ବୁଝି ମୁଁ ପାରୁନି ଅସ୍ଥିତ୍ଵ ମୋହର
ସମାଜରେ ଅଛି ନାହିଁ
ତଥାପି ଜିଇଁଛି ଜିଇଁଥିଵି ସଦା
ସଭିଙ୍କର ଖୁସି ପାଇଁ।