STORYMIRROR

Chinmaya Kumar Nayak

Romance Tragedy

3  

Chinmaya Kumar Nayak

Romance Tragedy

ଆଉ ଏକ ଦୁନିଆ

ଆଉ ଏକ ଦୁନିଆ

1 min
150

ଯାଅ ଯାଅ ଏଥର ଫିଙ୍ଗି ଦେଇ ଆସ 

ତୁମ ସବୁ ଆହତ ସକାଳ ଓ ଅଣନିଶ୍ବାସୀ ରାତି

ଅହଙ୍କାରୀ ଦ୍ୱିପ୍ରହର ଯେତେ ଓ ଅଣ୍ଟି ଲୁଚା ତାତି 

ମୋ ସହ ରଚିବାକୁ ଚାହଁ ଯଦି ଆଉ ଏକ ଦୁନିଆ

ଯାହା ଏବେକା ଦୁନିଆ ପରି ନ ହେବ ନିତିଦିନିଆ। 


କଣ କିଛି ଅବୁଝା ରହିଗଲା ବୋଧେ !

ତୁମେ ତ ବେଶ୍ ବୁଝିପାର 

ମୋ ଭିତରର ଅଭାବବୋଧକୁ ଓ ମୋ ଲାଲ୍ ଶୂନ୍ୟତାକୁ

କାହିଁ , କାଲି ଯେବେ ଭୀଷଣ ବର୍ଷା ଭିତରେ

ମୁଁ ବାରମ୍ବାର ବିଫଳ ହେଉଥିଲି 

ମୋ ଭିତରର ବତୁରା ଦିଆସିଲି ଧରି

ଖରା ଟିକେ ଜଳାଇବି ବୋଲି

ତୁମେ ତ ଦେଲନି ତୁମ ସାମାନ୍ୟ ଉଷ୍ମତା 

ହେଉ ପଛେ ଉଧାର କି କରଜ ସୂତ୍ରରେ !


ମୁଁ କେବେ ଚାହିଁନି ସତ

ଅଜାଡ଼ି ଦେବାକୁ ମୋ ବାସି ଅପରାହ୍ନ

ଜୋର୍ କରି ତୁମ ଅଳସ ଗୋଧୂଳିରେ

ମୁଁ ବି ଚାହେଁନା ଏହା

ତୁମ ପକ୍ଷ ଛିଡ଼ି ଯାଉ ଖିନ୍ ଭିନ୍ ହୋଇ

ମୋ ଆକଟର ତୀକ୍ଷ୍ଣ ତରବାରୀରେ। 


ହଁ ତୁମେ କିଛି ଅନ୍ଧାରକୁ ଫିଙ୍ଗ

ମୁଁ ବି ଫିଙ୍ଗିବି ମୋର ସାଇତା ଆଲୁଅ

କ୍ଷତାକ୍ତ ଏ ପ୍ରେମ ଦିନେ ମରିବା ଆଗରୁ

ଆସ ଗଢ଼ି ନେବା ଆଉ ଏକ ସାନ୍ଦ୍ର ଦୁନିଆଟେ

ସିନ୍ଦୂରା ଫାଟିବା ଆଗରୁ

ଏକ ଅଧା ନିଦ ଅଧା ଉଠା ନିଃଶବ୍ଦ ଭୋର୍ ସମୟରେ। 



Rate this content
Log in

Similar oriya poem from Romance