କାହିଁକି ମୁଁ ଏକାକୀ
କାହିଁକି ମୁଁ ଏକାକୀ
କାହିଁକି ମୁଁ ଏକାକୀ
କାହିଁକି ମୁଁ ଯାଏ ଠକି
କାହିଁକି ମୁଁ ପଡେ ଥକି
ସତ୍ୟପ୍ରିୟ ବୋଲି
ମୁଁ ଆଜି ଏ ଦୁନିଆଁ ଦାଣ୍ଡରେ
ରହୁଛି ଏକାକୀ ।
ପିତାମାତା ସଖା ସହୋଦର
ଅର୍ଥ କ୍ଷମତା ଓ ପ୍ରତିପତ୍ତିରେ
ସଭିଏଁ ଆଜି ବିଭୋର
ଏ ତ ମାୟାର ସଂସାର
ମାୟା ମୃଗ ପଛେ ଧାଇଁ ଧାଇଁ
ସମସ୍ତେ ପାର୍ଥିବ ବସ୍ତୁକୁ ଭାବନ୍ତି ନିଜର ।
ନିତ୍ୟ ଅନିତ୍ୟ ମଧ୍ୟେ ନ ବୁଝନ୍ତି ଅନ୍ତର
ବୁଝନ୍ତିନି ମୂଲ୍ୟ ସମ୍ପର୍କର
ଧନ ସମ୍ପଦକୁ ଶୋଚନ୍ତି ସବୁ ଏ ସଂସାର
ମାନବିକତା ଓ ମଣିଷ ପଣିଆ
ସେମାନଙ୍କ ପାଇଁ ଅଟେ ଖେଳଘର
ମିଛ ମରୀଚିକା ପଛେ ଧାଇଁ
ସତ୍ୟ ନ୍ୟାୟ ଧର୍ମକୁ କରନ୍ତି ଅଗୋଚର
ଭୁଲନ୍ତି ଏ ମଣିଷ ମୂଲ୍ୟବୋଧ ଜୀବନର ।
ଭାବେ ନିଜକୁ ନିଜେ
କି ପାଇଁ ମୁଁ ଅପ୍ରିୟ ସମାଜେ
କି ପାଇଁ ମୁଁ ସମାଜେ ଏକାକୀ
କାହିଁକି ମୁଁ ଯାଏ ନିଜକୁ ନିଜେ ଠକି
ମନ ଆତ୍ମା ହୃଦୟ ମୋ କାହିଁକି ପଡନ୍ତି ଥକି
ମୁଁ ନୀତି ଆଦର୍ଶବାଦୀ ବୋଲି
ମୁଁ ସତ୍ୟନିଷ୍ଠ କର୍ତ୍ତବ୍ୟ ନିଷ୍ଠ ବୋଲି
ମୁଁ ପରୋପକାରୀ ତ୍ୟାଗୀ ବୋଲି
ପ୍ରଶ୍ନ ପରେ ପ୍ରଶ୍ନ ଆସେ
ମନେ ଓ ହୃଦେ ମୋ
କାହିଁକି ମୁଁ ଏକାକୀ ?