Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Romance Tragedy

3  

କବିରତ୍ନ ନୂତନ କୁମାର ବେହେରା

Romance Tragedy

କାହ୍ନାର ବଇଁଶୀ ଶୁଭୁନି ଆଉ(୧)

କାହ୍ନାର ବଇଁଶୀ ଶୁଭୁନି ଆଉ(୧)

1 min
158


ସଖୀ ଲୋ ସଖୀ...

    ଯାଅ ମୋ ଧନ ଆସିବୁ ଦେଖି

ସଖୀ ଲୋ ସଖୀ...

ଫରକେ ଆଖି

     ମନ ଅସ୍ଥିର ହୁଏନା ରଖି

ସଖି ଲୋ ସଖି...।

ଯମୁନା କୂଳ କଦମ୍ଵ ମୂଳ

    ହେଉନାହିଁ ଆଜି କୁଉ କୁଉ 

ନାହିଁ ଶବଦ ନାହିଁ ଆନନ୍ଦ

   କାହ୍ନାର ବଇଁଶୀ ଶୁଭୁନି ଆଉ।


ମନ ଅଧିର ନିଃଶ୍ୱାସ ଖର

     ପାରୁନି ସହି ବିରହ ଦାଉ 

କାହିଁ ଗଲେ ସେ ନଟ ନାଗର

   କାହ୍ନାର ବଇଁଶୀ ଶୁଭୁନି ଆଉ।


ସଖୀ ଲୋ ସଖୀ...

ସହି ମୁଁ ଶାଶୁ ନଣନ୍ଦ ଗାଳି

   ଏ ଜୀବନ ମୋର ଗଲେ ଯାଉ 

ପ୍ରେମ ବିନା ବୃଥା ଏ ଜନମ

    କୃଷ୍ଣ ବିନା ରାଧା ଅଧା ଥାଉ।


ମୋହନ ବଇଁଶୀ ସ୍ୱର ଶୁଣି

   ଭୁଲିଯାଏ ସବୁ ଯା' ବି ହେଉ 

ଏକା ଏକା ମୁଁ ପାରୁନି ରହି

   କାହ୍ନାର ବଇଁଶୀ ଶୁଭୁନି ଆଉ।


ସଖୀ ଲୋ ସଖୀ...

ଯାଇ ମୁଁ ଯମୁନା ଝାସ ଦେବି

    ଜୀବନ ହାରିବି ସାକ୍ଷୀ ଥିବୁ 

ଦେଖା ହେଲେ ତୋର କାହ୍ନା ସାଥେ

    ପ୍ରାଣ ହାରିଲି ବୋଲି କହିବୁ।


ରାଇ କାହ୍ନା ଦେହେ ଏକ ଆତ୍ମା

    ତାଙ୍କ ବିନା ଏ ପ୍ରାଣ ନ ରହୁ 

ମୋ ଜୀବର ଜୀବନ ସିଏ ଲୋ

   କାହ୍ନାର ବଇଁଶୀ ଶୁଭୁନି ଆଉ।

ସଖୀ ଲୋ ସଖୀ....



Rate this content
Log in

Similar oriya poem from Romance