ସ୍ଵପ୍ନ
ସ୍ଵପ୍ନ
ଅତୀତ
ଭୂତ
କିଟିମିଟି ଅନ୍ଧକାର
ମୋ ମନର ଚାଳକ ।
ଅସରନ୍ତି ପଥ
ଅମାନିଆ ପାଦ
ବାରମ୍ବାର ଡାକେ
ପ୍ରତ୍ୟାବର୍ତ୍ତନ ପଥେ ।
ନା ମୁଁ ଥକି ନାହିଁ
କେବେ ଥକିଯିବି ନାହିଁ
ମରୁ ପ୍ରାନ୍ତେ କୁଶ
ଜୀବନ ଆଭାଷ ।
ସୁଡ଼ଙ୍ଗର ଅନ୍ତେ
ଆଲୋକର ଆଶା
ବନ୍ଧନୀ ଭିତର
ଅନ୍ଧକାରମୟ ।
ଏଇ ତ ଜୀବନ
ମୁକୁଟ ଧାରୀ ମୁଁ
ପରିସୀମା ମଧ୍ୟେ
ସୁରକ୍ଷିତ କୂର୍ମ ।
ଆସିବ ସେ ଦିନ
ଷଡ଼ ରୂତୁ ପ୍ରାନ୍ତେ
ଅଳଙ୍କୃତା ବିଭୁଷିତା
ଆବେଗ ଭରା ଇସାରା ।
ଏବେ ମୁଁ ଚାହୁଁଛି
ତିନି ପାଦେ ଚାଲି
ସାଥୀ ସହରାରେ
ଅସୀମ ପଥରେ ।
ଗଣି କେ ପାରିବ
ଛବି ଆଙ୍କିଥିଲି କେତେ
ଥିର ଜଳ ଛୁଇଁ
ଶହସ୍ର ତରଙ୍ଗେ ।
ଭୟ ଲାଗେ ଏବେ
ନିଦ ଯଦି ଭାଙ୍ଗିଯିବ
ଆଲୋକ ବିଚ୍ଛୁଡି ଯିବ
କେଉଁ ସାଥୀର ପରଶେ ।
ଭୁଲିଯିବି ସବୁକିଛି
ଇଷତ୍ ହସରେ
ପରିଷ୍କାର ଜହ୍ନ
ଶ୍ରାବଣ ଆକାଶେ ।
ମିଠା ଅଧରର
ଆଈମା କାହାଣୀ
ଶୁଣୁଥିବି ବସି
ଭୋକ ଶୋଷ ଭୁଲି ।
ସରିଆସେ ରାତି
ଅନ୍ଧାରକୁ ଭେଦି
ଉଷାର ଆଲୋକେ
ହୃଦୟକୁ ମନ୍ଥି ।
ଅବୁଝା ଏ ମନ
ଅଲୋଡ଼ା ଏ ଆଶା
ଅତୀତ ପରିଧି
ଏବେବି ସ୍ୱପ୍ନରେ ।
