STORYMIRROR

Ajit kumar Mishra

Romance

3  

Ajit kumar Mishra

Romance

ହୃଦୟ ବେପାର

ହୃଦୟ ବେପାର

1 min
115

ଦୁଲ୍ ଦୁଲ୍ ବର୍ଷା

ଅସ୍ତବ୍ୟସ୍ତ ମନ

ଗାଁ ଚାଳ ପାଣିରେ

ତୋ ପାଉଁଜିର ଶବ୍ଦ

ତୋ ସାହି ପାଣି

ମୋ ଦୁଆରରେ

କାଗଜ ଡଙ୍ଗା କି

ସନ୍ଦେଶ ଆଣିଛି

ଗୋଟା ପରେ ଗୋଟା

ଭିଜା କାଗଜକୁ

ଗୋଟାଇ ଖୋଜେ ମୁଁ

ପ୍ରେମ ବାରତାକୁ

ବୋଉ ରାଗିଯାଏ

ବାପା ମାଡ ଦେବେ

ବରଷା ପାଣିରେ

ଦେହକୁ ଭିଜାଇ

ଓଦା କାଗଜରେ

କି ବେପାର ଚାଲିଛି

ତୁ କି ଜାଣିବୁ ବୋଉ

ଭିଜେ ସିନା ଦେହ

ଭିଜା ମନ ମୋର

ଓଦା କାଗଜରେ ପରା

ଚାଲିଛି ଆମର

ହୃଦୟ ବେପାର ।


Rate this content
Log in

Similar oriya poem from Romance