STORYMIRROR

Ajit kumar Mishra

Inspirational

3  

Ajit kumar Mishra

Inspirational

ଆଗନ୍ତୁକ ବନ୍ଧୁ

ଆଗନ୍ତୁକ ବନ୍ଧୁ

1 min
131

ଶୁନଶାନ ରାତି

ଗଭୀର ନିଦ୍ରାରେ

କାହାର ଡାକରେ

ଦେହ ଭିତରେ ମୋ

ତରଙ୍ଗ ଖେଳଇ

ଥକା ଶରୀରଟା

ପଲଙ୍କ ଉପରେ

ମୁଁ କିନ୍ତୁ ଚାଲେ ସେ

ଦୁଆର ପଥରେ

ବନ୍ଦ ଦରଜାର

ଅପର ପାର୍ଶ୍ୱରେ

କିଏ ସେଠି ତୁମେ

ଲାଗେ ଅପଣାର

ଇଷତ୍ ହସରେ

ଭରିଯାଏ ମନ

ଆସ ଆସ ବୋଲି

ଡାକିନିଅ ମୋତେ

ଆଗକୁ ଆଗକୁ

ଅଙ୍କା ବଙ୍କା ପଥେ

ସମ୍ମୋହିତ ହୋଇ

ଚାଲିଥାଏ ପଛେ

ପାର ହୋଇ କେତେ

ନଦୀ ଓ ସମୁଦ୍ର

ଖାଲ ଢିପ ଆଦି 

ଶଙ୍କାକୁଳ ପଥ

ଶେଷେ ଭେଟହୁଏ

ସୀମାହୀନ ଗର୍ତ୍ତ

ଶୂନ୍ୟ ଶୂନ୍ୟ ତଳ

ହଜି ଯାଏ ଆଖି

ଭୟ ଛାଡ଼ି ଏବେ

ଡେଇଁ ଆସ ବୋଲି

ଶବଦ ଶୁଭୁଛି

ତୁମେ କାଳେ ବନ୍ଧୁ

ଧରିଛ ହାତକୁ

ରଖିବି ସାହସ

ଭରଷା ବି ଥିବ

କାଳେ ମୁଁ ସମର୍ଥ

ଡେଇଁପାରେ ଏହି 

ସୀମାହୀନ ଗର୍ତ୍ତ

ଆହେ ବନ୍ଧୁ ମୋର

କରେ ସମର୍ପଣ

ସାହସ କରୁନି

ସଙ୍କୁଚିତ ମନ

ଆହା କି ସୁନ୍ଦର

ସ୍ମିତ ହାସ୍ୟ ତବ

ସ୍ନେହ ଓ ପ୍ରେମରେ

ବାନ୍ଧି ଦେଇ ମୋତେ

କୋଳେ ତୋଳି ନେଲ

ଅପର ପାର୍ଶ୍ୱରେ 

ଆଲୋକର ଧାରା

ବିଚ୍ଛୁରିତ ଏଠି

ସୁବର୍ଣ୍ଣ ଆଲୋକେ

ଖୋଲି ଯାଏ ଆଖି

ଚମକି ଦେଖେ ମୁଁ

ପଲଙ୍କ ଉପରେ

ଆସିଥିଲା କିଏ

ବନ୍ଦ ଦୁଆରରେ

ଭିଜା ଭିଜା ମନ

ଶରୀରେ ସ୍ପନ୍ଦନ

ଦେଇଗଲା କିଏ

ବନ୍ଧୁର ସମ୍ମାନ

ହାତ ଯୋଡି କରେ

ପ୍ରଣାମ ତୁମକୁ

ଆଗନ୍ତୁକ ବନ୍ଧୁ

ଏବେ ମୁଁ ଚାହିଁଛି

ଯିବାକୁ ଆଗକୁ

ଜଗି ବସିଛି ମୁଁ

ଫେରିବା ବାଟକୁ।



Rate this content
Log in

Similar oriya poem from Inspirational