ନୀରବ
ନୀରବ
ମୁକ୍ତ ଆକାଶକୁ ଦେଖ...
ନୀରବ ହିଁ ନୀରବ
ହେଇ ଦେଖ କେମିତି...
ନରମି ଯାଇଛି ଜୀବନଚକ୍ର l
ନିର୍ଜନ ବେଳା ଭୂଇଁରେ...
ସମୁଦ୍ର ଲହଡ଼ି ଛାଡି
ମୁକ୍ତ ଆକାଶ ତଳେ...
ନୀରବ ସବୁ କିଛି l
ତୃଷ୍ଣାତୁର ଆତ୍ମାର ଭାବାବେଗ...
ପୁରା ନୀରବି ଯାଏ
ଯେବେ ଉବୁଟୁବୁ ଆତ୍ମାକୁ...
ପାଣିର ସ୍ପର୍ଶ ନ ମିଳେ l
ନୀରବରେ ବିରହୀ ପ୍ରିୟା...
ବିଛିନ୍ନତାର ବ୍ୟଥାରେ ମର୍ମାହତ
ଆଖିରୁ ଧାର-ଧାର ହୋଇ...
ବହେ ଲୁହ ଅନବରତ l
ଖଣ୍ଡ-ଖଣ୍ଡ ଭସା ବାଦଲ...
ସୃଷ୍ଟି ଅଖଣ୍ଡ ବ୍ରହ୍ମାଣ୍ଡର
ସବୁ ନୀରବ ଲାଗେ...
ଯେବେ...
ସମ୍ପର୍କରେ ଛାଇଯାଏ...
ଘନ କୁହୁଡ଼ିର ଆସ୍ତରଣ l
ପ୍ରାଣବାୟୁ ଚାଲିଗଲା ପରେ...
ସ୍ଵପ୍ନମାନଙ୍କୁ ଜଳାଞ୍ଜଳି ଦେଇ
ଲୁହଭିଜା ପୃଷ୍ଠା ଉପରେ...
ଲେଖାହୁଏ ଇତିହାସ ନୀରବତାର l
ପୁଣି...
କିଛି ଦିନ ପରେ...
ସବୁକିଛି ଯନ୍ତ୍ରଣାର ଗାଥା
ପରିତ୍ୟକ୍ତ ପୃଷ୍ଠା ପାଲଟି...
ହୁଏ ବ୍ୟଙ୍ଗାତ୍ମକ କଥା l