Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Tragedy

3  

Chittaranjan Nanda

Romance Tragedy

ସ୍ମୃତି, ପାଇବାର  ଆଶା ନାହିଁ

ସ୍ମୃତି, ପାଇବାର  ଆଶା ନାହିଁ

1 min
179


ପ୍ରେମ ପାଇଁ ସୁଖ ପ୍ରେମ ବି 

ଦୁଃଖର କାରଣ

ସେ ଯନ୍ତ୍ରଣା ଅସୀମ ପୁଣି ପ୍ରେମ 

ବିନା ସବୁ ଶୂନ୍ୟ |୧|


ମୋ ହୃଦୟର ପ୍ରତିଟି ସ୍ପନ୍ଦନ  

ପ୍ରତିଟି ମୁହୂର୍ତ୍ତରେ

ତୁମର ସ୍ଥିତିକୁ ଧରି ରଖିଛି ଭୁଲି 

ତ ପାରୁନିରେ |୨|


ସମ୍ପର୍କରେ ପ୍ରେମ ଜୀବନକୁ 

କରେ ସାକାର 

ପ୍ରୀତି ପ୍ରଣୟରେ ମଧୁର ଲାଗେ 

ଏଇ ସଂସାର |୩|


ଖୋଜେ ମୋ ଅତୀତର ସେଇ 

ମହାର୍ଘ ମୁହୂର୍ତ୍ତ

ଯାହା ଦିନେ ମୋତେ କରିଥିଲା 

ତରଙ୍ଗାୟିତ |୪|

  

ସେ ଆଜି ଏକ ସ୍ମୃତି ପାଇବାର  

ଆଶା ନାହିଁ

ସମୟ ଗଡି ଚାଲେ ପ୍ରତୀକ୍ଷାର  

ଅନ୍ତ ନାହିଁ |୫|

 

ଭାବନାରେ ଥିଲା ସେ ପ୍ରୀତି 

ବୋଳା ହାତ

ପ୍ରୀତି ତ ହେଲା ନାହିଁ ଲୁହ 

କିଛି ମିଳିଛି ତ |୬|


ସଥିପାଇଁ ଅନେକ ଦୁଃଖ ଓ ଯନ୍ତ୍ରଣା 

ଭୋଗିଛି

ସୁଖ ପଛେ ଧାଇଁ ଧାଇଁ ନିରାଶ ମଧ୍ୟ 

ହୋଇଛି |୭|


ଉଜୁଡା ସ୍ୱପ୍ନକୁ ମନେ ପକାଇ  

ମୁଁ ଭାବୁଛି

ପ୍ରେମ ମାଦକତାରେ ତୁମେ ଜଳିନ  

ମୁଁ ଜଳିଛି |୮|


ପ୍ରେମ ଜୀବନ ଓ ଯୌଵନ 

ଚିରସ୍ଥାୟୀ ନୁହେଁ

ଦୁଃଖ ନାହିଁ ଅଳିକ ଧରାରେ 

ସଵୁ ବିଲୀନ ହୁଏ |୯|



Rate this content
Log in

Similar oriya poem from Romance