STORYMIRROR

Sarojini Mishra

Tragedy Others

3  

Sarojini Mishra

Tragedy Others

ଦହଗଞ୍ଜ

ଦହଗଞ୍ଜ

1 min
206

ବାପାଟିଏ ମୁଁ

ପରିବାରର ବୋଝକୁ ମୁଣ୍ଡରେ ମୁଣ୍ଡେଇ 

ନିଜର ପାରିଲା ପଣିଆ ମାନଙ୍କୁ

ଜୀବନ ଯଜ୍ଞରେ ଆହୂତି ଦେଇ

ନିଜକୁ ଭୁଲିଲି ।

ଯଜ୍ଞରେ ଆହୂତି ସମସ୍ତେ ଦେଖିଲେ 

ହେଲେ,

ତା ପାଇଁ ଯେଉଁ ଦହଗଞ୍ଜକୁ

କେତେଜଣ ବା ବୁଝିଲେ ?


ବାପଟିଏ ମୁଁ

ମୋର ବାପା ପଣିଆର

ଶିରୋନାମା ନେଇ

ଜୁଆରିଆ ନଈ ପାର ହେଲି

ବାପା ପଣିଆକୁ ସାକାର କରୁ କରୁ

ମୋ କୁନି କୁନି ଚଢେଇ ମାନଙ୍କୁ

ନୀଳ ଆକାଶରେ ଉଡାଇବା ସ୍ଵପ୍ନରେ

କଣ୍ଟାରେ ମୁଁ କ୍ଷତାକ୍ତ ହୋଇଲି

କ୍ଷତ ସବୁ ନୀରବ ଓ ଅଦୃଶ୍ୟ ସ୍ଵାକ୍ଷର

ହୋଇ ହୃଦୟର କାନ୍ଥ ବାଡ

ଆବୋରି ବସିଲେ

ହେଲେ ମୋ ଦହଗଞ୍ଜର ସ୍ଵର ଲିପି

ମୋ ଭିତରେ ଚାପି ହୋଇଗଲେ ।


ବାପଟିଏ ମୁଁ

ଜରା ଶ୍ରମ ବାରଣ୍ଡାରେ

ମୋ ଦହଗଞ୍ଜର ପୁସ୍ତିକା ଖୋଲି

ପୁଷ୍ଠା ଓଲଟାଉଛି 

ହେଲେ ପୁଅ ମୋର

ନୀଳ ଆକାଶର ଜହ୍ନ ହୋଇ ଯାଇଛି

ଆଉ ମୁଁ ବାପଟିଏ

ଜରାଶ୍ରମ ବାରଣ୍ଡାରେ

ଦହଗଞ୍ଜର ଶବ୍ଦ ଲହରୀରୁ ଫେରିଆସି

ତାକୁ ଚାହିଁ ଖୁସୀ ହେଉଛି 

ଆଉ, 

ଦୂରରୁ ତା ଶୁଭ ମନାସୁଛି ।


ମୁଁ ସେଇ ଅଭାବି ସଂସାରର

ଦହଗଞ୍ଜେ ଗଢା ବାପଟିଏ

ଭଲ ଘର ଭଲ ବର ଖୋଜୁ ଖୋଜୁ

ଝିଅ ମୋର ମୋତ ନ ଜଣାଇ 

ବିବାହ କରିଛି

କାହିଁକି ନା 

ସେ ସାବାଳିକା ହୋଇ ଯାଇଅଛି ।

ଘର ବାହାରେ 

ସବୁ ଠି ଯେମିତି

ଦହଗଞ୍ଜି ବାପଟିର ମୁର୍ଦ୍ଦାର ଝୁଲୁଛି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy