ସତ ମିଛ ଓ ସ୍ଵପ୍ନ
ସତ ମିଛ ଓ ସ୍ଵପ୍ନ
ଅସରନ୍ତି ସ୍ଵପ୍ନ ଚିରନ୍ତନ ସତ୍ୟ,
ଦୁଇକୂଳ ମଧ୍ୟରେ ଜୀଵନ,
ସତ ମାନେ ନାହିଁ, ମିଛକୁ ଆଦରେ,
ଅସ୍ଥିର ମଣିଷର ଏ ମନ !
ଛାଇ ଆଲୁଅର ଖେଳ ଭଳି ଲାଗେ,
ସତ ଆଉ ମିଛ ଅନୁଭୂତି,
ମିଛ ହୋଇ ସାଜେ କେବେ ଦିବା ସ୍ଵପ୍ନ ,
ସତ ହୋଇ ସାଜଇ ବିସ୍ମୃତି I
ସତ ମିଛ ଭରା ଜୀବନଟା ସାରା,
ମିଛ କିନ୍ତୁ ସତ ହୁଏ ନାହିଁ,
ସ୍ବପ୍ନଟିଏ କିନ୍ତୁ ସତ-ମିଛ ହୁଏ,
'ସତ' ହେଲେ 'ସ୍ଵପ୍ନ' ରୁହେ ନାହିଁ !
ସ୍ଵପ୍ନଟିଏ କେବେ ମୋହି ନିଏ ମନ,
ମନ ମାନି ନିଏ ତା'କୁ ସତ,
ପାଳି ପୋଷି ତାକୁ ହୃଦୟର ଘରେ,
ଯତ୍ନରେ ରଖେ କରି ଜାଗ୍ରତ !
ସେହି ସ୍ଵପ୍ନ ପୁଣି ଦୁଃସ୍ବପ୍ନ ସାଜିଲେ,
ସତ୍ୟତା ତା'ର ଦିଏ ଆଘାତ I