STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

1 min
168

ଷଡ଼ଯନ୍ତ୍ର ଜୀବନର ଉପଶମ ନୁହେଁ ।

ସାଗର ସଙ୍ଗେ ବେଳାଭୂମିର ସଂପର୍କ

ଯେତିକି ମଧୁର ସେତିକି ଆଘାତ ,

ଠିକ୍ ସେପରି ମାନବ ଚରିତ୍ର

କେହି ଉଗ୍ର ଉତ୍ତାଳ ,ତ କେହି 

କୁସୁମ ପରି ନରମ ।

ତେବେ ଷଡ଼ଯନ୍ତ୍ରର ପ୍ରୟୋଜନ କାହିଁକି ?

ଲୋଭ, ମାୟା, ମୋହରୁ 

ଷଡ଼ଯନ୍ତ୍ରର ଅଦୃଶ୍ୟ ଚେର ଛନ୍ଦି

ବିପଥଗାମୀ କରାଏ ।

ଲାଳସାର ପରିଣାମ ଭୟଙ୍କର....

ଗାଦୀ ଉପାଧି ପାଇଁ ଷଡ଼ଯନ୍ତ୍ରର ଶୁଭାରମ୍ଭ

ଦୁର୍ଯ୍ୟୋଧନ ପରି ମହା ପ୍ରତାପୀ

ପତଙ୍ଗ ସାଜ୍ଜି ଅନଳ ସ୍ନାନ କରେ ....

ଧର୍ଯ୍ୟକୁ କଇଦୀ କରି ନପାରି,

ନାରୀ ଯୌବନ ପ୍ରତି ଲାଳାୟିତ ଇନ୍ଦ୍ର

ଷଡ଼ଯନ୍ତ୍ର କରି ଶାପଗ୍ରସ୍ତ ,

 ନିନ୍ଦିତ ଲଜ୍ଜିତ 

ଚକ୍ରାନ୍ତର ବୀଜ ରୋପଣ କଲେ

ଅମୃତ ଫଳ ତ ଅମଳ ହୁଏନା ,

ଅବଳା ଦୁର୍ବଳା ଜୀବନ ଉତ୍ସର୍ଗୀତ

ଭାତୃ ବିବାଦ , ପଡୋଶୀ ବିବାଦ

ପ୍ରତ୍ୟକ୍ଷେ ହେଉ କି ପରୋକ୍ଷେ

କୁଚକ୍ରୀର ହିଁ ଅଧୋପତନ ।

ନା ରହିଛି କାଳି ନାଗର ଗରଳ ଭରା ଫଣା

ନା ମହା ପ୍ରତାପୀ କଂସର ଘମଣ୍ଡ ,

ପର ପାଇଁ ଗର୍ତ୍ତ ଖୋଳି

ସ୍ବୟଂ ମୃତ୍ୟୁକୁ ନିମନ୍ତ୍ରଣ କରିବା ସଙ୍ଗେ ସମାନ ।

ଜୀବନରେ ସବୁ କିଛି ସୁଲଭ

ଉଚିତ୍ ନୁହେଁ ।

ଭୟ ଶୁନ୍ୟ ଜୀବନ ମୁକ , ବଧିର ସଦୃଶ

ଷଡ଼ଯନ୍ତ୍ରର ଆହଟରୁ

ଜ୍ଞାନ ବୁଦ୍ଧିର ସଦର ଦରଜା ଖୋଲେ

ସତର୍କତା ଅବଲମ୍ବନ କରେ

ଜୀବନ ପଥରେ ଯେତେ ଷଡ଼ଯନ୍ତ୍ର 

ଚୋରାବାଲି ପରି ,ଚେଇଁ ପଡ଼ି ଥାଉ

ସମୟ ତାଳରେ ଅସଲି 

ମୁଖା ଖୋଲି ଯାଏ .......।



Rate this content
Log in

Similar oriya poem from Tragedy