DILIP KUMAR SAHOO

Tragedy

4.0  

DILIP KUMAR SAHOO

Tragedy

ସର୍ତ୍ତ ଥିଲା ଆମ

ସର୍ତ୍ତ ଥିଲା ଆମ

1 min
226



 ସର୍ତ୍ତ ଥିଲା ଆମ 

 ଜୀବନଟା ସାରା ରହିବା ଏକାଠି

 ସର୍ତ୍ତ ଥିଲା ଆମ

 ସୁଖ ଦୁଃଖ ନେବା ବାଣ୍ଟିକୁଣ୍ଟି

 ସର୍ତ୍ତ ଥିଲା ଆମ

 ଭଲମନ୍ଦ ସବୁ ଆପଣେଇ ନେବା

 ସର୍ତ୍ତ ଥିଲା ଆମ

 ଆସୁ ଦାଉଧକ୍କା ଯେତେ ସବୁ ତ ସହିବା


 ସର୍ତ୍ତ ସବୁ କିନ୍ତୁ ସର୍ତ୍ତରେ ରହିଗଲା

 ସର୍ତ୍ତ ସବୁ ତୁମ ପାଇଁ ଅର୍ଥହୀନ ହେଲା

 ସର୍ତ୍ତ ସବୁ ମୋ ଜୀବନକୁ ବ୍ୟର୍ଥ କରିଦେଲା

 ସର୍ତ୍ତ ସବୁ ମୋ ଆଖିରୁ ସ୍ୱପ୍ନ ପୋଛିଦେଲା


 ସର୍ତ୍ତ ଭୁଲି ବାଟ ଭାଙ୍ଗି ଚାଲିଗଲ

 ସର୍ତ୍ତ ଭୁଲି ଅଧବାଟେ ଛାଡିଗଲ

 ସର୍ତ୍ତ ଭୁଲି ଅସହ୍ୟ ଯନ୍ତ୍ରଣା ଦେଲ

 ସର୍ତ୍ତ ଭୁଲି କଲ ମୋତେ କଲବଲ


 ସର୍ତ୍ତ ରଖି ମୁଁ କିନ୍ତୁ ଅପେକ୍ଷା କରିଛି

 ସର୍ତ୍ତ ରଖି ତୁମ ପାଇଁ ନିଇତି ଜଳୁଛି

  ସର୍ତ୍ତ ରଖି ଆଜି ବି ଭାବୁଛି

 ସର୍ତ୍ତ ରଖି ଲେଉଟିବ ତୁମେ 

 ମନ ମୋ କହୁଛି


  



Rate this content
Log in

Similar oriya poem from Tragedy