STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ଭାଗ୍ୟରେ ନାହିଁ ପ୍ରିୟା

ଭାଗ୍ୟରେ ନାହିଁ ପ୍ରିୟା

1 min
1.1K

ପ୍ରିୟାର ପାଟ ଓଢ଼ଣୀ

ମଥାରେ ସିନ୍ଦୂର ଟୋପା

ଦେଖିବା ମୋ ଭାଗ୍ୟ ନାହିଁ

ହୋଇଯାଇଛି ସିଏ ଖପା।


ଶୁଭିବ ନାହିଁ ମଧୁର ସ୍ୱର

ଯାଇଛି ସେ ଅନେକ ଦୂର 

କରି ଦେଇ ମୋତେ ପର

ମୋ ମନକୁ କରି ବିଧୁର।


ମିଳିବ ନାହିଁ ପ୍ରିୟା ପରଶ

ଏଣୁ ମନ ହୋଇଛି ବିରସ 

ଏ ଜୀବନେ ଆଉ ନାହିଁ ଆଶ

ଭାଗ୍ୟ ଲିଖନ କରିବା କିସ?


ଚୁଡ଼ି ରୁଣୁଝୁଣୁ ଶବ୍ଦ ସ୍ୱପ୍ନରେ

ଫୁସ୍ ଫୁସ୍ କଥା ମୋ କାନରେ 

ସପନ ଭାଙ୍ଗି ଦେଖଇ ମୁହିଁ

କେହି ନଥାଏ ମୋ ପାଖରେ।


ଅପସରିଛି ପ୍ରିୟାର ସେବା

ପତି ସୁହାଗୀନି ମଧୁର ଡାକ 

ବିରକ୍ତି ନୁହଁ ସ୍ନେହ ଡାକ ନୁହଁ

ପାଲଟି ଯାଇଛି ସମ୍ପୂର୍ଣ୍ଣ ମୁକ।


ସରି ଯାଇଛି ଏ ଜନମ ପାଇଁ

ଖୋଜିଲେ ମଧ୍ୟ ମିଳିବ ନାହିଁ 

କିଏ କହେ ଅଥବା ନ କହେ

ପାପୀଟି ବୋଲି କହୁଛି ମୁହିଁ।


ଯମ ଦଣ୍ଡ ଯେ କେଉଁଠି ନାହିଁ      

ଦଣ୍ଡ ବିଧାନ ମର୍ତ୍ତ୍ୟରେ ହୋଇ 

ଦଣ୍ଡିତ ଲୋକ ନ କହି କାହାକୁ

କାନ୍ଦିଥାଏ ବସି ମୁହଁ ଲୁଚାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance