Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Tragedy Others

3  

Santosh Pattnayak

Tragedy Others

ପ୍ରେମ ବଞ୍ଚିରହୁ ସମାଜ ସୁଧାରେ

ପ୍ରେମ ବଞ୍ଚିରହୁ ସମାଜ ସୁଧାରେ

1 min
192


ଦଶବିଧ ସଂସ୍କାରେ ହିନ୍ଦୁ ସଂସ୍କୃତି 

      ଅଷ୍ଟବିଧ ରେ ବିବାହ 

 ସମାଜ ସୁଧାର ବାର୍ତ୍ତା ଥିଲା ଇଏ 

       ସରସ ସୁନ୍ଦରମୟ 

      ଆଜି ତା' ବିପଦମୟ 

ପ୍ରେମ ପିରତୀରେ ଯୁବକ ସମାଜ 

     ଭୁଲେ ପିତା-ମାତା ମୋହ


ସମୟ ତାଳରେ ସମାଜ ରକ୍ଷକ 

    ଯୌବନରେ ହୋଇ ଅନ୍ଧ 

ପ୍ରେମ ପ୍ରିତୀ କରି ନିଚ୍ଚ ଜାତି ସହ 

     ତାଡିଲେ ସୁରକ୍ଷା ବନ୍ଧ 

     ସମ୍ଭ୍ରାନ୍ତଙ୍କ ସୁଖ ଭୋଗ 

ଆଜିକା ଆଇନ୍ ପ୍ରେମ ସପକ୍ଷରେ 

     ହଜିବ ଯୌତୁକ ଦୁଃଖ 


ସାନ୍ତୁନୁ ସତ୍ୟବତୀ ପ୍ରେମ ପରିଣତି 

    ଜନ୍ମ ଦିଏ ଧୃତରାଷ୍ଟ୍ର 

ସ୍ବୟଂ ଭଗବାନ ଦ୍ବାରିକାଧିପତି 

    ଅଷ୍ଟପାଟବଂଶୀ ଦୃଷ୍ଟ 

    ନିପାତ ସର୍ବ ବଅଁଶ 

କଳିଯୁଗେ ଦେଖ ବଢିଛି ସେ'ନୀତି

   ଘାରେ ଦୁଃଖ ଅବଶୋଷ


ତଥାପି ଶାସକ ବାନ୍ଧିଛି ତା'ଆଣ୍ଟ 

   ଯୌତୁକ ପ୍ରଥା ବିଲୋପେ 

ବୁଦ୍ଧିଜିବୀ ଜ୍ଞାନ ନଗଣ୍ୟ ସମାଜେ 

   ଅନୁଲୋମ ପ୍ରଥା ମତ୍ତେ

    ପ୍ରେମ ହୁଏ ଇଛା ମତେ 

ସମାଜ ସୁଧାରେ ପ୍ରେମ ବଞ୍ଚିଥାଉ 

    ଅନୁଲୋମ ବିଭା ସୁତ୍ରେ ..... 


Rate this content
Log in

Similar oriya poem from Tragedy