ବିରହ
ବିରହ
କେତେ ବିରହ ବେଦନା
ରାଧା କୃଷ୍ଣ ମଧ୍ୟେ ଅମାପ ନିଶ୍ଚେ ତାହା
ସେ ଯନ୍ତ୍ରଣା ଭାବି ସହି କି ହୁଏ
ପ୍ରେମରେ ଅଙ୍ଗେ ନିଭା କଥା ଯାହା ।
କାହିଁ ମିଳେ ଏତେ ଘଡି ପରୀକ୍ଷାର
କୋହ ଲେଖା ହୃଦ ସାଥେ
ପ୍ରେମରେ ପୂର୍ଣ୍ଣତା ଅବା କି ଶୂନ୍ୟତା
ବିଧାତା ର ବିଧି ଲେଖା କି ହାତେ
ସବୁ ତ୍ୟାଗିବାର ସମୟ ଆଗତ
ସ୍ମୃତି ସାଥେ ସାଥେ ଦୁଃଖ ଅପ୍ରମିତ
ଭାବନାରେ ଆଜି କାହିଁ ଏ ବେଦନା
ଧରା ବକ୍ଷେ ଅଭିନୟରେ ସାନ୍ତ୍ଵନା ।
ଧିରେ ଧିରେ ପଡେ କିବା ଯବନିକା
ସମୟ ଗରଭେ ସାଇତା ଲିପିକା
ପ୍ରାପ୍ତି ଅପ୍ରାପ୍ତି ଯେ ନୁହେଁ ସ୍ୱ ଇଛାରେ
ପ୍ରେମ ଭୋଗ ଏକା ପ୍ରେମ ବିରହରେ ।
ନାହିଁ ପଟାନ୍ତର ସେହି ଜୀବନରେ
କ୍ଷଣ କ୍ଷଣ ମୋହ କିବା ସେ କୋହରେ
ଯାହା ନାହିଁ ଭାଗ୍ୟେ ନୁହେଁ ଭୋଗିବାର
ଦୋଷୀ କେ ନିର୍ଦ୍ଧୋଷୀ ନୁହେଁ ଭାବିବାର।