STORYMIRROR

Gangotri Priyadarshini

Abstract Tragedy Classics

3  

Gangotri Priyadarshini

Abstract Tragedy Classics

ବିରହ

ବିରହ

1 min
164

କେତେ ବିରହ ବେଦନା 

ରାଧା କୃଷ୍ଣ ମଧ୍ୟେ ଅମାପ ନିଶ୍ଚେ ତାହା

ସେ ଯନ୍ତ୍ରଣା ଭାବି ସହି କି ହୁଏ

ପ୍ରେମରେ ଅଙ୍ଗେ ନିଭା କଥା ଯାହା ।

କାହିଁ ମିଳେ ଏତେ ଘଡି ପରୀକ୍ଷାର 

କୋହ ଲେଖା ହୃଦ ସାଥେ

ପ୍ରେମରେ ପୂର୍ଣ୍ଣତା ଅବା କି ଶୂନ୍ୟତା

ବିଧାତା ର ବିଧି ଲେଖା କି ହାତେ

ସବୁ ତ୍ୟାଗିବାର ସମୟ ଆଗତ

ସ୍ମୃତି ସାଥେ ସାଥେ ଦୁଃଖ ଅପ୍ରମିତ

ଭାବନାରେ ଆଜି କାହିଁ ଏ ବେଦନା

ଧରା ବକ୍ଷେ ଅଭିନୟରେ ସାନ୍ତ୍ଵନା ।

ଧିରେ ଧିରେ ପଡେ କିବା ଯବନିକା

ସମୟ ଗରଭେ ସାଇତା ଲିପିକା

ପ୍ରାପ୍ତି ଅପ୍ରାପ୍ତି ଯେ ନୁହେଁ ସ୍ୱ ଇଛାରେ

ପ୍ରେମ ଭୋଗ ଏକା ପ୍ରେମ ବିରହରେ ।

ନାହିଁ ପଟାନ୍ତର ସେହି ଜୀବନରେ

କ୍ଷଣ କ୍ଷଣ ମୋହ କିବା ସେ କୋହରେ

ଯାହା ନାହିଁ ଭାଗ୍ୟେ ନୁହେଁ ଭୋଗିବାର

ଦୋଷୀ କେ ନିର୍ଦ୍ଧୋଷୀ ନୁହେଁ ଭାବିବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract