Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Tragedy Action Inspirational

3  

ବୀରେନ୍ କୁମାର ବେହେରା

Tragedy Action Inspirational

ସର୍ତ୍ତ ବିନା ଏ ଜୀବନ

ସର୍ତ୍ତ ବିନା ଏ ଜୀବନ

1 min
17


ଜୀବନଟା ଏତେ ନୁହଁଇ ସରଳ,

ଭରିଅଛି ଜଟିଳତା ।

ଜଟିଳତା ଭରା ଜୀବନରେ ଥାଏ,

ବଞ୍ଚିବାର ସୁନ୍ଦରତା ।।

ଆମ ଜୀବନର ଘଟଣାକ୍ରମରେ,

ଭରିଥାଏ କେତେ ସର୍ତ୍ତ ।

କିଛି କିଛି ସର୍ତ୍ତ ହୁଅଇ ପୂରଣ,

କିଛି ହୁଏ ଅପହୃତ ।।

ଜୀବନରେ ଯଦି ରହିଥାଏ ସର୍ତ୍ତ,

ବଢଇ ଜୀବନ ମାନ ।

ସମସ୍ତ ସର୍ତ୍ତକୁ ପୂର୍ଣ୍ଣ କରିବାକୁ,

ଲାଗିଥାଏ ବହୁଦିନ ।।

ସର୍ତ୍ତ ଯେତେବେଳେ ହୁଅଇ ପୂରଣ,

ମିଳିଥାଏ ଆତ୍ମତୃପ୍ତି ।

ସେ ଆତ୍ମତୃପ୍ତିରେ ଭରିଥାଏ ସତେ,

ସରଗର ସୁଖ ଶାନ୍ତି ।।

ଆମ ଜୀବନର କୌଣସି ବି ସର୍ତ୍ତ,

ନ ହୋଇଲା ଯେବେ ପୂର୍ଣ୍ଣ ।

ସମାଜ କହଇ ହୋଇଲା ବିଫଳ,

ସର୍ତ୍ତ ବିନା ଏ ଜୀବନ ।।



Rate this content
Log in

Similar oriya poem from Tragedy