STORYMIRROR

Satyabati Swain

Tragedy

3  

Satyabati Swain

Tragedy

ତୁ ଗଲୁ ବୋଲି ସିନା

ତୁ ଗଲୁ ବୋଲି ସିନା

1 min
290

କ୍ୟାଲେଣ୍ଡର ପୃଷ୍ଠାର

ନିର୍ଦ୍ଧିଷ୍ଟ ତାରିଖ ଟିଏ ଗାଢ଼ ଦିଶିଲା

ତାରିଖ ରକ୍ତ କାନ୍ଦିଲା

ଏଇ ଦିନ କରୋନାରେ

ତୁ ଚାଲିଗଲୁ ମା ।


କେମିତି ଚାଲିଗଲୁ

ବାପା ତ ଆଗରୁ ଯାଇଥିଲେ

ତୁ ତାଙ୍କ ସହ ସାଙ୍ଗ ହେବୁ ବୋଲି

ମୋତେ ଛାଡ଼ି ଚାଲି ଗଲୁ କି ।


ଟିକେ ଭାବିଲୁ ନାହିଁ

ଏଗାର ବର୍ଷ ଝିଅଟି ତୋର

କେମିତି ବଞ୍ଚିବ

କାହା ପାଖେ ରହିବ

କଣ ଖାଇବ ।


ଏବେ ମୁଁ ଅନାଥ ଆଶ୍ରମ

ଚାରି କାନ୍ଥ ପୃଥିବୀ ମଧ୍ୟରେ ବନ୍ଦୀ

ରାତି ବଢିଲେ

ଲମ୍ବି ଆସେ ବଡ଼ ବଡ଼ ହାତ

ଭୂତର

ବହଳ ଅନ୍ଧାର ଭିତରେ

ଆଲୁଅ ଜଳେଇବାର ଜୁ ନାହିଁ

ଆକୁଳେ 

ଭୟରେ

ଡାକେ ମାଆ ।


କେୟାର ଟେକର କୁହେ

କି ପିଲା ହୋଇଛି

ଶୁଆଇ ଦେଉନି ଟିକେ

ରାତି ଅଧ ଟାରେ 

ତାକୁ ମା ମା କହି କୁଣ୍ଢାଏ

ସେ ହାତ ଠେଲି ଦେଇ କୁହେ

ଶୋ ଚୁପ୍ ଚାପ୍

ନଲେ ଦେବି ପାହାରେ

ତୁ ଗଲୁ ବୋଲି ସିନା

ମୋର ଏ କଷ୍ଟ ମାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy