STORYMIRROR

ଦୀପଙ୍କର ଦାସ

Tragedy Inspirational

3  

ଦୀପଙ୍କର ଦାସ

Tragedy Inspirational

ଜାଗ୍ରତ ପ୍ରହରୀ ସେନାପତି

ଜାଗ୍ରତ ପ୍ରହରୀ ସେନାପତି

1 min
346

ଉଠ କଙ୍କାଳ

ଆସିଛି ଜାଗ୍ରତ ହେବାର ବେଳ

କେଉଁ ଏକ ସୁଦୂର ଦିଗନ୍ତ ବିସ୍ତାରି

ଦୂର ଦିଗବଳୟ ଭେଦି

ଧ୍ଵନି ଆସୁଛି ଶୁଣ

ଜାଗ୍ରତ ହୁଅ... ଜାଗ୍ରତ ହୁଅ...

କାନକୁ ସଜାଗ ଦେଇ ଶୁଣ

ଆଖିକୁ ବିସ୍ତାର କରି ଦେଖ

ମନରେ ଅନୁଭବ କର

ଅନ୍ଧ ବି ଦେଖିପାରୁଛି ସବୁ

ବଧିର ଶୁଣିଛି ସବୁ

ଏ ଯେ ମୋ ମାଟିର ଡ଼ାକ

ଲୋପ ହେବାକୁ ଥିବା ଭାଷାର ଡ଼ାକ

କେଉଁ ଏକ ବଙ୍ଗାଳୀ ତୁଚ୍ଛ ତୁଚ୍ଛର ଧ୍ଵନି ଦେଇଛି

ଓଡ଼ିଆ ଏକଟା ଭାଷା ନୋୟେ

ମାଟିରେ ମିଶିଇ ଦବାର ଆହ୍ୱାନ ଦେଇଛି

ହେଲେ ସେ ଭୁଲି ଯାଇଥିଲା ଏ ମାଟିର ଗୁମନ

ଏଇ ମୌସୁମୀ ବର୍ଷାରେ ସେ ଭିଜିଛନ୍ତି

ଏଇ ଆକାଶକୁ ଚାହିଁ ସେ ହସିଛନ୍ତି

ଏଇ ମାଟିର ବାସ୍ନାରେ ସେ ବଢ଼ିଛନ୍ତି

ଦୁସ୍ଥ ହେଇପାରେ ତାଙ୍କ ଶରୀର

ନଥାଇପାରେ ନିଶ

ହେଲେ ମଧ୍ୟ ସେ ଏ ମାଟିର ବୀର ପୁରୁଷ

ଭାଷାର ଜାଗ୍ରତ ପ୍ରହରୀ ସେ

ମାଟିର ସେନାପତି ସେ

ଆହ୍ୱାନ ପୁଣି କେଉଁ ଏକ ବଙ୍ଗାଳୀ

ଅହରହ ଲେଖିବି

ରାତି ଦିନ ଏକ କରିଦେବି

ଦିନର ସୂର୍ଯ୍ୟ ଆଲୁଅରେ ଲେଖିବି

ରାତିର ଚନ୍ଦ୍ରମାରେ ଲେଖିବି

ଅମାବାସ୍ୟା ଦିନ ଦୀପ ଜାଳି ଲେଖିବି

ତେଲ ସରିଗଲେ

ଆଖିର ଲୁହ ଦେଇ ଲେଖିବି

କିମ୍ବା ଛାତିର ପଞ୍ଜରା ଜାଳି ଲେଖିବି

ବଙ୍ଗାଳୀ ତୋର ଆହ୍ୱାନର ଜବାବ୍

କଥାରେ ନୁହଁ ଲେଖନୀ ମୁନରେ ଦେବି

ଏଇ ଦୃଢ଼ ପ୍ରତିଜ୍ଞାରେ ଲେଖିଗଲେ

ଲଛମା ଛଅ ମାଣ ଆଠ ଗୁଣ୍ଠ

ରେବତୀ ପରି କେତେ କାଳଜୟୀ

ଉପନ୍ୟାସ ସବୁ

ଖାଲି ବଙ୍ଗାଳୀ ଦେଖିନି ଦେଖିଛି ପୁରା ଭାରତ


• ଓଡ଼ିଆ ଏକଟା ଭାଷା ନୋୟେ- ଓଡ଼ିଆ ଏକ ଭାଷା ନୁହଁ

ତାଙ୍କର ଯାଦୁକରୀ କାଉଁରୀ କାଠିର ସ୍ପର୍ଶରେ ଲେଖିଛନ୍ତି କେତେ ଉପନ୍ୟାସ, କବିତା, ଗଳ୍ପ । 1900 ଶତାବ୍ଦୀର ଆରମ୍ଭ ଘଟଣା ବଙ୍ଗାଳୀ ପ୍ରେସିଡେନ୍ସିର ଜଣେ ବାବୁ ଧମକ ଦେଇଥିଲେ । ଓଡ଼ିଆର ଲୋପ ହବ ହେଲେ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଅଦମ୍ୟ ପ୍ରୟାସରେ ଆଜି ମଧ୍ୟ ମୋ ଭାଷା ଜୀବିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy