STORYMIRROR

ଦୀପଙ୍କର ଦାସ

Tragedy Inspirational

3  

ଦୀପଙ୍କର ଦାସ

Tragedy Inspirational

ସ୍ୱର

ସ୍ୱର

1 min
322

ଆଜି ମୁଁ ଚୁପ୍ ଅଛି

ଆଗରୁ ସୁନ୍ଦର ଗୀତ ଗାଉଥିଲି

ଆଜି ନିରବି ରହିଗଲି

ଯେମିତି ମୋ ଗଳା କିଏ ଚାପି ଧରିଛି

ଆଉ ସ୍ୱର ପେଟିକା ଫଟେଇ ଦେଇଛି

କିଛି ଭୟ ମୋ ସ୍ୱର ହଜେଇ ଦେଇଛି

ଯେତେ ଯେତେ ବଡ଼ ହେଉଛି

କିଛି ବୋଝ ଆଉ ଭରସା ପାଇଁ ମୁଁ ପଥର ସାଜିଛି

ପିଲାବେଳେ ବାପା ମାରୁଥିଲେ 

ମାଆ ପାଖକୁ ଦୌଡ଼ି ଯାଇ ଜୋର୍ ଜୋରରେ ପାଟି କରୁଥିଲି

ଖେଳିବା ବେଳେ ଭାଇକୁ କେହି ମାରିଲେ ମୁଁ ରାଗି ଯାଉଥିଲି

ସ୍କୁଲରେ ଭଉଣୀକୁ କେହି କମେଣ୍ଟ କଲେ ଗାଳି ଦେଉଥିଲି

ଆଜି କିନ୍ତୁ ମୁଁ ଚୁପ୍ ଅଛି

କାହାର ଆଦେଶ ନୁହଁ ମୁଁ ଡରିଯାଉଛି

ସବୁ ଅନ୍ୟାୟ ଦେଖୁଛି ହେଲେ ବି ସ୍ୱର ସ୍ତବ୍ଧ ଅଛି

ମୁଁ ଗାନ୍ଧୀଙ୍କ ଭଳି ଗାଇ ପାରୁନି

ସର୍ଦ୍ଦାର ଭଳି ଲୟରେ ନାହିଁ

ସୁଭାଷ ଭଳି ଫୁଙ୍କାର ନାହିଁ

ମୋ ସ୍ୱର ଦବି ଦବି ଅଛି 

କିନ୍ତୁ ସତରେ ଚୁପ୍ ନାହିଁ 

ପ୍ରତିଦିନ କିଛି କହୁଛି

ମୋ ମୁହଁ ନୁହଁ ଆଖି ହିଁ ପ୍ରତିଦିନ କହୁଛି

ରାତିକୁ ପଚାର ରାତି ସବୁ କଥା ଜାଣିଛି

ମୁଁ ଗାଇବାକୁ ଚାହୁଁଛି ହେଲେ ସାହସ ର ଅଭାବ ଅଛି

ମୁଁ ସ୍ୱର ଦେବି ତୁମେ ବି ଦିଅ

ହୁଏତ ଆମକୁ ଦେଖି ସିଏ ବି ଦେବେ

ତାଳ ବାଦ୍ୟଯନ୍ତ୍ର ମୁଁ ଦେବି

ସାତ ସ୍ୱର ମିଶିଲେ ସୁନ୍ଦର ଗୀତଟିଏ ହେବ

ଆଉ ଆମର ସ୍ୱର ନିଶ୍ଚୟ ଉଠିବ

ଆମର ସ୍ୱର ଅମର ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy