STORYMIRROR

Satyabati Swain

Tragedy

3  

Satyabati Swain

Tragedy

ବୋଉ ଲୋ

ବୋଉ ଲୋ

1 min
284


ବୋଉ!

ତୁ ଦିଶି ଯାଉ

କୁଆଁର ପୁନେଇଁ ଜହ୍ନରେ

ମୋ ଝିଅକୁ

ସାତ ଥର 

ଖଇ କଦଳୀନଡିଆ

ଜହ୍ନିକାକୁଡିଖଣ୍ଡୁକୁଳା କୋଳି

ଏମିତି ସୁନା ଆଞ୍ଜୁଳି ଟେକେ

ଶିଖାଇଲା ବେଳେ

ତୁ ଯେମିତି ମୋତେ କହୁଥିଲୁ

"ପାହାନ୍ତି ପହରୁ ଉଠି ପଡ଼ ଧନ"

ସୂର୍ଯ୍ୟ ଉଇଁବା ପୂର୍ବରୁ

ଆଞ୍ଜୁଳି ଟେକା ସାରି ଦେ ମା"

ଅଣ୍ଟିଏ ଅସ୍ତ ବ୍ୟସ୍ତତାରେ।


ତୋତେ ଖୋଜେ 

ଫୁଲ ବଉଳ ବେଣୀ ଗୀତରେ

ଏତେ ପ୍ରାଞ୍ଜଳ ଭାବେ 

କେମିତି ବୋଲୁ ଦେଉ ତୁ !

ତୋଫା ଜହ୍ନ ଆଲୁଅରେ 

ଫୁଲ ବଉଳ ବେଣୀ ଗୀତ

ଦାଣ୍ଡ ଉଚ୍ଛୁଳୁଥିଲା

ପୁଅ ପିଲା ପାଳ ଭୂତର ଡର ଓ ନାଚ

କି ଚମତ୍କାର ନିଆରା ଅନୁଭବ!

ରାତି ଯାଏ ପାହି ଖେଳି ଖେଳି

କାଲି ଯାହା ସତ ଥିଲା

ଆଜି ସ୍ୱପ୍ନ ।


ସନ୍ଧ୍ୟାରେ

ଖଇ ଦହି ନଡିଆ ଛେନା ପକା

ଚାନ୍ଦ ଚକଟାର ମହ ମହ ବାସ୍ନା

ବୃନ୍ଦାବତୀ ମୂଳେ 

ପୂଜା କରିବାକୁ ନନା 

ଆସିବା ଉଛୁର ଜାଣି

ତୋ ବ୍ୟଗ୍ରତା 

ଭୋଗ ସରୁ ସରୁ ଜହ୍ନି କାକୁଡିରେ

ଦାନ୍ତ ଘଷା ପାଇଁ ପୋଖରୀକୁ ଦୌଡା

ମୁଁ ଏବେ ବି ଅଣ୍ଡାଳେ

ମୋ ଭିତରେ ତୋତେ

ଲୋ ବୋଉ 

ମୋ ମାମା ପଣିଆଁ ଡ୍ରେସରେ।


କୁଆଡେ ହଜିଲା ବୋଉ

ସେଦିନ ନିରୁତା

ମନ ଭର୍ତ୍ତି ଖୁସି !!



Rate this content
Log in

Similar oriya poem from Tragedy