STORYMIRROR

Satyabati Swain

Tragedy

3  

Satyabati Swain

Tragedy

ପରିଚୟ

ପରିଚୟ

1 min
355


ଇଚ୍ଛା ହୁଏ ଉଡିବାକୁ

ମୁକୁଳା ଆକାଶଟେ ପାଏନା

ନଈରୁ କେନାଲ ଯେଣୁ 

ଇଚ୍ଛାନୁଯାୟୀ ବହି ପାରେନା।।


ଗୋପନେ ଝୁରଇ ନିତି

ଖୋଜେ କିଛି ନିଆରା

ଭିତରେ ଜଳେ କୁହୁଳି

ବାହାରେ ମେଲେ ଖୁସି ପସରା।।


ହସିବାକୁ ମନ କୁହେ 

ସମାଜ କରେ ବାରଣ

କାନ୍ଦିବାକୁ ଇଚ୍ଛା କିନ୍ତୁ 

ନାହିଁ ସେଇ ସ୍ୱାଧୀନ।।


ଶୈଶବ କଟେ ମୋର

ବାପା ଭାଇ ଅଧିନେ

ଯୌବନ ତାରୁଣ୍ୟ ବିତେ

ଶାଶୁ ଘର ବନ୍ଧନେ।।


ବାର୍ଦ୍ଧକ୍ୟ ଡରେ ମୋର

ପୁଅବୋହୁ କଷଣେ

କେଉଁଟି ମୋ ଘର ପରିଚୟ

ଖୋଜେ ନିତି ଗୋପନେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy