Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajit Kumar Raut

Tragedy

3  

Ajit Kumar Raut

Tragedy

ଉଦବେଗ ହେଉଛି ମନ

ଉଦବେଗ ହେଉଛି ମନ

1 min
349



ହେଉଅଛି ଚିନ୍ତା ମନରେ ଉଦବେଗ ହୃଦୟେ କାହିଁକି ଆମ୍ଭ,


ଭଲ ଲାଗୁ ନାହିଁ ଅଥୟ କରୁଛି ପବିତ୍ର ପାର୍ବଣେ ଆମ୍ଭ।୧।


ଦୀପାବଳି ଆଜି କାଳୀପୂଜା ଆଜି ଆଜି ହିଁ ଲକ୍ଷ୍ମୀଙ୍କ ପୂଜା,


ଚତୁରପାର୍ଶେ ଆମ୍ଭ ଆନନ୍ଦ ଲହରୀ ଆସିଛି ଭକ୍ତିର ପୂଜା।୨।


ଚିନ୍ତିତ କରୁଛି ଓଡ଼ିଆ ସମସ୍ୟା ମାତୃଭାଷା ଶିକ୍ଷା ନାହିଁ,


ଓଡ଼ିଆରେ ଶିକ୍ଷା ମିଳିବ କି ଜନେ ଚିନ୍ତା ଆସୁ ଅଛି ତହିଁ।୩।


ବହି ସମସ୍ୟାଟି ଦୂର କି ହୋଇବ ଓଡ଼ିଆ ବହି ମିଳିବ,


ଦୂର କି ହୋଇବ ଶିକ୍ଷକ ସମସ୍ୟା ଓଡ଼ିଆ ଶିକ୍ଷା ମିଳିବ।୪।


ବିପଦ ଭଞ୍ଜନୀ ଲକ୍ଷ୍ମୀ ଠାକୁରାଣୀ ଦେବେ କି ଭାଷା ଚନ୍ଦନ


ଭକ୍ତିର କାଳିକା ସୁଦୟା କରିବେ କରିବେ କି ସମାଧାନ।୫।


ଭକ୍ତିପୂତେ ଆମ୍ଭେ ନୈବେଦ୍ୟ ଦେଇଣ ଭକ୍ତିରେ ତାଙ୍କୁ ପୂଜିବୁ,


କରୁଣାମୟୀଙ୍କ କରୁଣା ପଡ଼ିବ ପ୍ରେମ ଶ୍ରଦ୍ଧାରେ ପୂଜିବୁ।୬।


ଗର୍ବାନିତ ଆମ୍ଭେ ବିଚ୍ଛନ୍ନାଚଳରେ ଉତ୍କଳ ସାହାଯ୍ୟ ପାଇ,


ଓଡ଼ିଆ ରେ ଶିକ୍ଷା କିପରି ମିଳିବ ତତ୍ପର ଉତ୍କଳ ଭାଇ।୭।


କେନ୍ଦ୍ର ସରକାର ରାଜ୍ୟ ଭି ଉତ୍କଳ ବିଚ୍ଛନ୍ନା ଭୂମିର ଚିନ୍ତା,


ବିଚ୍ଛନ୍ନାଚଳରେ ଓଡ଼ିଆଙ୍କ ପାଇଁ କେବଳ ଶିକ୍ଷାର ଚିନ୍ତା।୮।


ସବୁ ଉତ୍କଳର ସଙ୍ଗଠନ କରେ ବିଚ୍ଛନ୍ନାଚଳର ଚିନ୍ତା,


ଓଡ଼ିଆରେ ଶିକ୍ଷା କିପରି ମିଳିବ ହୋଇଛି ତାଙ୍କରି ଚିନ୍ତା।୯।


କୋଟି ପ୍ରଣିପାତ ଚରଣେ ତାଙ୍କର ବିଚ୍ଛନ୍ନାଚଳରୁ ଆମ୍ଭ,


ଉତ୍କଳ ରାଜ୍ୟର ସରକାରଙ୍କୁ ଭି କୋଟି ପ୍ରଣିପାତ ଆମ୍ଭ।୧୦।


କୋଟି ପ୍ରଣିପାତ ଟିଭି ଚେନେଲ ଓ ଉତ୍କଳର ଅନୁଷ୍ଠାନ,


ମୟୂରଭଞ୍ଜର ସମସ୍ତ ବାସୀଙ୍କୁ କୃତଜ୍ଞତା ଓ ସମ୍ମାନ।୧୧।


କେନ୍ଦ୍ର ସମ୍ମିଳନୀ ମହାନୁଭାବଙ୍କୁ ଭକ୍ତି ପ୍ରଣିପାତ ଆମ୍ଭ,


ବିଚ୍ଛନ୍ନାଚଳରେ ସହଭାଗୀ ହୋଇ ରଖନ୍ତି ଗର୍ବକୁ ଆମ୍ଭ।୧୨।


ହେଉଅଛି ଚିନ୍ତା ମନରେ ଉଦବେଗ ହୃଦୟେ କାହିଁକି ଆମ୍ଭ


ଭଲ ଲାଗୁ ନାହିଁ ଅଥୟ କରୁଛି ପବିତ୍ର ପାର୍ବଣେ ଆମ୍ଭ।୧୩।




Rate this content
Log in