ଜାତିବାଦ
ଜାତିବାଦ


କଣ ମୋତେ ଟିକେ ସ୍ଵାଧୀନତା ମିଳିବ ବଞ୍ଚିବାର
ମୁଁ ଯେବେ ଜନ୍ମ ନେବି
ମୁଁ ଚାହେଁ ତୁମେ ମୋର କେଉଁ ନାଆ ଦେବନି
ନା କୋରାନ ଶୁଣେଇବ ନା ସଂସ୍କୃତ ମନ୍ତ୍ର
ଅବା କେଉଁ ଧର୍ମ ଗ୍ରନ୍ଥ
ମୋତେ ଶୁଣିବାକୁ ଦବ
ଏଇ ବହୁଥିବା ପବନକୁ
ଏଇ ପକ୍ଷୀର ଶବ୍ଦକୁ
ଦେଖିବାକୁ ଦବ ଏଇ ଖୋଲା ଆକାଶକୁ
ତୁମେ ମୋତେ କେଉଁ ସ୍କୁଲରେ ଦାଖଲ ଦେବନି
ମୁଁ ଆପେ ଆପେ ଶିଖି ଯିବି ସବୁ
ଯେମିତି ନଦୀ ବହିବା ଶିଖିଛି
ଯେମିତି ଗଛ ବଞ୍ଚିବା ଶିଖିଛି
ପକ୍ଷୀ ଉଡ଼ିବା ଶିଖିଛି
ଆଉ ମୁଁ ନିଃଶ୍ୱାସ ନେବା ଶିଖିଛି
ତୁମେ ମୋତେ କେଉଁ ମେସିନ ସାହାରାରେ ଛାଡନି
ମୋ ହାତରେ ବହୁତ୍ ଶକ୍ତି ଅଛି
ମୁଁ ନିଜେ କିଛି କରିବାକୁ ଚାହେଁ
ତୁମେ ମୋତେ କିଛି ଶିଖେଇବ ନାହିଁ
ମୁଁ ଭୋକ ହେଲେ ଘାସ ଖାଇନେବି
ଅସୁସ୍ଥ ହେଲେ ଚେର ମୂଳ ଲଗାଇ ନେବି
ମୁଁ ନିଜ ଇଚ୍ଛାରେ ହାତ ଗୋଡ଼ ହଲେଇବି
ମୋର ଡେଣା ଅଛି ମୁଁ ଆପେ ଆପେ ଉଡ଼ିବି
ମୋର ଉପନାମରେ ମୁଁ ବାଣ୍ଟି ଯାଉଛି
ହିନ୍ଦୁ ପୁଣି ଉଚ୍ଚ ଜାତିର ଆସନ ପାଉଛି
ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ
ଭୁଲିବାକୁ ଚାହୁଁଛି ଯେ ମୁଁ କିଏ
ତୁମେ ମୋତେ ବାରମ୍ବାର ମନେ ପକାଇ ଦଉ
ଛ
କେଉଁ ଏକ କଲେଜ ଫର୍ମ କିମ୍ବା ଚାକିରି ଫର୍ମ ରେ
ତୁମେ ମୋତେ general, obc, sc, st ରେ ବାଣ୍ଟି ଦେଇଛ
ମୋତେ ବାଣ୍ଟିବା ଆଗରୁ
ମୋତେ କଣ କେବେ ପଚାରିଛ
ମୋଠୁ କମ୍ ଯୋଗ୍ୟତା ଥିବା
କେଉଁ ସାଙ୍ଗ ଯେତେବେଳେ ଚାକିରି ପାଆନ୍ତି
ତୁମେ କଣ ବୁଝିବ ସେ କଷ୍ଟ
ମୁଁ ମୋ ପାଇଁ ସଂରକ୍ଷଣ ମଧ୍ୟ ଚାହେଁନା
ନିଜେ କିଛି କରିବାକୁ ଚାହେଁ
ହେଲେ ମୋତେ ମନେ ପକାଇ ଦିଏ ନାହିଁ ମୁଁ କିଏ
ମୁଁ ଚାଲିବାକୁ ଚାହେଁ
ତୁମେ ମୋର ଗୋଡ଼ ବାନ୍ଧୁଛ
ମୁଁ ଉଡିବାକୁ ଚାହେଁ
ତୁମେ ମୋର ପର କାଟୁଛ
ମୁଁ ହସିବାକୁ ଚାହେଁ
ତୁମେ ମୋତେ କନ୍ଦାଉଛ
ମୁଁ ଶାନ୍ତିରେ ନିଃଶ୍ୱାସ ଟିକେ ଚାହେଁ
ତୁମେ ମୋ ନାକ ଚିପି ଧରିଛ
ଏହାର ଅର୍ଥ କଣ ସ୍ଵାଧୀନତା
ମୁଁ କିଏ ଭୁଲିବାକୁ ଚାହେଁ
ତୁମେ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଇ ଦେଉଛ
ଯାହା ହେଲା ଛାଡ଼
ଏବେ ମୁଁ ଚାହେଁ ଯେବେ ମୁଁ ମରିଯିବି
ମୋତେ ହିନ୍ଦୁ ଅନୁସାରେ ପଡ଼ିବନି
ମୁସଲିମ ଅନୁସାରେ ପୋତିବନି
ସେମିତି ଛାଡ଼ିଦେବ କେଉଁ ଏକ
ପଶୁର ଆହାର ହେବାକୁ ଦେବ
କଣ ମୋତେ ଏତିକି ଟିକେ ସ୍ଵାଧୀନତା ମିଳିବ???