STORYMIRROR

ଦୀପଙ୍କର ଦାସ

Tragedy

3  

ଦୀପଙ୍କର ଦାସ

Tragedy

କବିତା

କବିତା

1 min
352


ଏ କବିତା ମୁଁ ଭାବେନା

ଆପେ ଆପେ ଆସେ 

ଆସେ ଯେମିତି,

ସମୁଦ୍ର ଭିତରେ ଝଡ଼

ଶୀତ ସକାଳ ଜାଡ଼

କୁଆପଥରର ମାଡ଼।

କବିତା କେବେ କେବେ ଆସି ହସେ

ହୃଦୟରେ ଭିଡ଼ି ବସେ

ହସେ ଯେମିତି,

କୁନିପିଲାଟିର ହସ

ଖରାରେ ପଇଡ଼ ରସ

ରଜନୀଗନ୍ଧାର ବାସ।

କବିତା କେବେ କେବେ ଆସି ଋଷେ

ଆଖିକୁ ଜକେଇବସେ

ରୁଷେ ଯେମିତି,

ଦିଗବଳୟେ ମିଶେ ରବି

ଅନ୍ଧାରରେ ପ୍ରତିଛବି

କଲମ ବିହୁନେ କବି।

ସକାଳରୁ ଆସି ଡାକେ

ଶୁଭକାମନାର ଡ଼ାକ

ଡାକେ ଯେମିତି,

ମାଆର ମଧୁର ଡ଼ାକ

ବସନ୍ତର ଶୁକ ପିକ

ସକାଳୁ କୁକୁଡ଼ା ଡ଼ାକ।

ଚୁପଚାପ ବସି ପଢୁଥାଏ

ଆସି ଚିତ୍କାର କରେ,

ଚିତ୍କାର ଯେମିତି,

ବର୍ଷା ସମୟରେ ବେଙ୍ଗ

ବାତ୍ୟାରେ ପବନ ବେଗ

ପ୍ରାତ କାଳର ଖଗ।

କବିତା ମୋ କଲମ ଲଳନା

ପ୍ରେମ ମୁଁ କରିଛି କବିତାକୁ ଖାଲି

ସେ ହିଁ ଭାବ ଆଉ ପରିକଳ୍ପନା।



Rate this content
Log in

Similar oriya poem from Tragedy