STORYMIRROR

Manoja kumar Bishi

Tragedy

3  

Manoja kumar Bishi

Tragedy

ଜୀବନ

ଜୀବନ

1 min
385

କିଟମିଟ୍ ଅନ୍ଧାର ପରି

ଜୀବନ ଯନ୍ତ୍ରଣାରେ ଭରା

କେବେ ପୁନେଇଁ ର ତୋଫା ଜହ୍ନ

ଆଉ କେବେ

ଅମାବାସ୍ୟାର ଅନ୍ଧାର ଭରା।

ଖଟିଖାଆର ସଂଗ୍ରାମ 

ଉଠିଲେ ଖାଲି ମରୀଚିକା

ଗୁଡ଼ିଏ ମିଛର ମିଛ ପ୍ରତିଶ୍ରୁତି 

ଚାଖଣ୍ଡେ ପେଟ ଲାଗି 

ଦିଗନ୍ତକୁ ଛୁଇଁବାର ଗଜଲ୍

ଗାଇବାକୁ ପଡେ 

ରଙ୍ଗ ବୋଳି ଅଭିନୟ

ନାୟକର 

ବେଳେବେଳେ ଅଭିନୟ ପାଇଁ

ନିଜର ତାଳି ନିଜେ ମାରିବାକୁ ହୁଏ 

କୋଉ ଏକ ଶକ୍ତିର ଆମନ୍ତ୍ରଣ ରକ୍ଷା କରି

ଶୋଇବା ଆଗରୁ 

ଧୋ ରେ ବାଇୟା ଗୀତ ଗାଇ

ଶୋଇବାକୁ ହୁଏ 

ଫେରିବାକୁ ଆଗତ ସ୍ଥାନକୁ 

ଦେହସାରା ମେଞ୍ଚେ କାଇଁସ ପାଖୁଡ଼ା ଢାଙ୍କି ଦେଇ 

ସତ୍ୟତାର ବିଜୟ ଗୀତିକା 

ଆଉ କାହା ପାଟିରୁ

ଶୁଣିବାକୁ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy