STORYMIRROR

Manoja kumar Bishi

Classics

3  

Manoja kumar Bishi

Classics

ଆସୁଛି ମୋ କାଲିଆସୁନା

ଆସୁଛି ମୋ କାଲିଆସୁନା

1 min
171


ଦେଖଲୋ ସହୀ,

ନୀଳାଚଳ ରତ୍ନ ସିଂହାସନ ଛାଡ଼ି

ନେତ୍ରମଣି ମୋର ଆସୁଛି ଧାଇଁ,

ଗ୍ରୀଷ୍ମ ଆତପକୁ ସହିନ ପାରି

ବାଚାଲ ପରାୟେ କଲା ସାହାନ,

ଜରରେ କମ୍ପିଲା ଅରୁଚି ଧଇଲା

ମାଉସୀ ମା ପୋଡ ପୀଠାରେ ମନ

ଦହି ଛେନା ସର ଖାଇବା ପାଇଁ

ନନ୍ଦିଘୋଷ ରଥେ ବିଜୟ ହେଇ

ଦେଖ ଦେଖ ଦେଖ ଲୋ ସହୀ।


ଛନ୍ଦ କରି ନନ୍ଦ କୁମର,

ଭାଈ ଭଉଣୀଙ୍କ ସଂଗର

ଘରଣିଠୁ ଲୁଚି ଥାଟ ପଟୁଆରେ

ବଡ ଦାଣ୍ଡେ ଯାଇ ହୁଏ ହାଜର,

ମତ୍ତଗଜ ଠାଣିରେ ଯାଇ

ଭକ୍ତ ଚିନ୍ତାମଣି ଭକତଙ୍କୁ ଦେଖି

ପହୁଣ୍ଡେ ପକାଇ ଯାଉଚି ରହି

ଦେଖ ଦେଖ ଦେଖ ଲୋ ସହୀ।


ନବ ଦିନ ଯାତରା କରି

ପୁଣିଥରେ ଆସିବ ଫେରି,

କାଳିଆ କୁଦଣ୍ଡା ସୁନାଦେହ ତାର

ଫୁଲି ଥିବ ଛେଚା କଚଡା ଖାଇ।

ଦେଖ ଦେଖ ଦେଖ ଲୋ ସହୀ


ଘରଣୀ ମନକୁ ବୁଝାଇ ଦ୍ୱାରେ

ରସୋଗଲା ଦେଇ ତୁଣ୍ଡରେ,

କଥା ଦେବ କେବେ ଛାଡି ସେ ନଯିବ

ଯୁଆଡ଼େ ଗଲେ ବି ଯିବ ପୁଣି ଥରେ

ସାଗର ଦୁଳଣି ସଙ୍ଗତେ ନେଇ

ଦେଖ ଦେଖ ଦେଖ ଲୋ ସହୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics