STORYMIRROR

Manoja kumar Bishi

Abstract Inspirational

3  

Manoja kumar Bishi

Abstract Inspirational

ଏଇତ ଜୀବନ

ଏଇତ ଜୀବନ

1 min
152

ଏଇତ ଜୀବନ

ଦୁନିଆଁ ସାମ୍ନାରେ,

ମନକଥା ମନେ ଚାପି

କାନ୍ଦିବାକୁ ହୁଏ,

ଏକାଏକା

ପରିଜନର ସାମ୍ନାରେ,

ହସିବାର ଅଭିନୟ କରି।

କିଛି ପ୍ରେମ,କିଛି ସ୍ନେହର

ସମ୍ପର୍କକୁ ଜାବୁଡ଼ି ଧରିବାକୁ,

ତିଳ ତିଳ ହେଇ ଜଲିବାକୁ ହୁଏ।

ନିଜ ଭିତରେ ନିଜକୁ ଖୋଜିବାରେ

ସମୟ ନଥାଏ,

କାଠ ହଣା ଚଢେଇ ଟେ ସାଜି

ଠକ୍ ଠକ୍ ବାଡେଇ ହେବାକୁ ହୁଏ,

ସମୟ ସାଥିରେ,

ବହିବାକୁ ହୁଏ ନୀରବ ନଦିଟେ ସାଜି

ସାଗରର କୂଳ ମିଲୁକି ନ ମିଳୁ।

ଆଶାର ମରୁ ମରୀଚିକା

ଦୂରେଇ ଗଲେବି,

ମୃଗତୃଷ୍ନାର ଆଶାରେ

ଧାଇଁ ବାକୁ ହୁଏ,

ସବୁ ମୋର୍ ମୋର୍ କହି 

ଶେଷରେ ମରିବାକୁ ପଡ଼େ,

ମୃତ୍ୟୁ ଏଠି ଚିରନ୍ତନ ପରା,

ଜୀବନର ଦୋଛକି ରାସ୍ତା,

ଲମ୍ବୁ ଥାଏ ଆଗକୁ ଆଗକୁ

ଖୁବ୍ ଆଗକୁ।

ଏଇତ ଜୀବନ ବନ୍ଧୁ,

ଆଶ୍ରା ଟିକେ ଖୋଜୁ ଥାଏ

ସେହି ପାଦେ ଲୀନ ଆଉ

 ବିଲୀନ ହେବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract