STORYMIRROR

Manoja kumar Bishi

Inspirational

4  

Manoja kumar Bishi

Inspirational

ଚିଠିଟେ ଲୋ କବିତା

ଚିଠିଟେ ଲୋ କବିତା

1 min
371

ତୋତେ ଚିଠିଟେ,ଲୋ କବିତା


ସେଦିନର ତିଥି କି ବାର୍, ମନେ ନାଇଁ

ଲୋ କବିତା,

ହେଲେ,

ସୁନ ନିଛାଟିଆ ସିତ୍ ରାତିଥି

କଲେକଲେ ଆଇଥିଲୁ,

ଲାଲି ଚାହା କପର ଗଜଲ୍ ରେ

ଭେଁଡିଆ ଦିହିର ରକତ,

ଚହଲେଇ ଦେଇଥିଲୁ,

ମୁଇଁ ବି ମାତି ଯାଇଥିଲି,

ତୋର ଭାବପିରତିର ଚହରାରେ,

ତୋର ସଙ୍ଗେ ମୋର୍ ଭାବର ପସରା

ଜୋର୍ ଜୋର୍ ଆହାରି ଜୋର୍,

ପିରତିର୍ ଦଉଁରାଥି ବାନ୍ଧି ହଉଥିଲା।

ବୟେଷର ଭେଣ୍ଡିଆ ବେଳର, ପହେଲ ମିଲାନ୍,

ଛିାତିର୍ କଲଯା ଭିତ୍ରେ,

ଘର୍ ଗୋଟେ ବନେଇଥିଲା,

କେତେ ସୁଖ,କେତେ ଦୁଃଖ

ହଂସା ଗିଜ୍ରା,

ରାଜନୀତିର ଯୁଆଗୁଟିରେ,

କେତେ ତିହାର ପର୍ବର ପଶ୍ରା ମେଲିଦେଇଥିଲା,

ବୃହନ୍ନଲାରୁ ଅର୍ଜୁନ ହେବାର

ଉଷ୍ଣାକି ଭରି ଦେଇଥିଲୁ,

ତୁଇ

କେଭେ ମୋର୍ ପ୍ରିୟା ସାଜି

କେଭେ ପ୍ରେମିକା ହେଇ।

ମନର ଗହନ ଭିତରେ ଲୁକି ଥିବାର

 ଶବ୍ଦ ଯାକ,

ଜୀବନର ଟିପା ଖାତାରେ ଲେଖି ରଖ୍ ବାର୍,ପ୍ରେରଣା ସାଜିଲୁ,

ଜୁଆନ୍ ଦିହିର୍ ଚୁଛା ଆଶା ଦେଇ

ବର୍ଣ ମାଲାର ସଉଦା ଘୀନୁ ଘିନୂ

 ଜୀବନ ସାରା,

କେତେ ରାଏତ୍ ଉଜାଗର,

କେତେ ସମୀୟାର ଟକା,

କାହାର ଲାଗି?

ଯାନିଛୁ,

ତୋର,ଲାଗି

ତୋର ଅପେକ୍ଷାରେ

କାଁରି, ଜାନିଛୁ

କବିତା,

ତୋତେ କେଥେ ଭଲ ପାଇସିଁ ଲୋ

କେତ୍ନିଟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational