STORYMIRROR

Pranati Mahapatra

Fantasy Inspirational

4  

Pranati Mahapatra

Fantasy Inspirational

ସ୍ରଷ୍ଟା ସୃଷ୍ଟି ସମ୍ମାନ

ସ୍ରଷ୍ଟା ସୃଷ୍ଟି ସମ୍ମାନ

1 min
201


ବିଦୀର୍ଣ୍ଣ ଧରଣୀ ଛଳଛଳ ନେତ୍ର

ଶୁଷ୍କ ପୁଣି ମଧୁମୟ ଧାର,

ବିକଳ ଚିତ୍କାର ରହି ରହି ଶୁଭେ

ହେଲେ ଫେରିଆସେ ପୁର୍ନବାର ।

ଅଛି କି କେ ଦଧିଚି,

ଅସ୍ଥି ଦାନେ ହତ କରି ଫେରାଇବ

ହୃତ ଗୌରବ, ଉଡାଇବ ବାନା ଫରଫର।


ଏନ୍ତୁଡିରୁ ମଶାଣି ଯାଏ ଲେଲିହାନ ଶିଖା

ସୁଖ ହେଉ ଅବା ଦୁଃଖର,

ମହାନନ୍ଦେ କୋଳାଗ୍ରତ ଆହାଃ ଚୁ ଚୁ

ନୟନୁ ଅଶ୍ରୁ ଝରଝର,

ବ୍ରଜ ଗମ୍ଭୀର ରଣହୁଙ୍କାର

ଚନ୍ଦ୍ରଭାଗା ଜଳରେ ନୁହେଁ,

ଛଳନାର ଅଶ୍ରୁରେ ଉଭାନ ଦେଖ

ଧରମାର ଶରୀର।


ରବିବାରରୁ ଶନିବାର ଯାଏ

ଶବ୍ଦର ମହାସ୍ନାନେ ଦ୍ୱିତୀୟ ଇଶ୍ୱର,

ପୂଣ୍ୟତୋୟା ଗଙ୍ଗାଜଳେ ଶୁଦ୍ଧ କରେ

ପବିତ୍ର ସୃଷ୍ଟିର ସମ୍ଭାର,

ଅତୃପ୍ତ ତଥାପି, ନଥାଏ ସୁଖ

ବାଜିଆ, ଧରମା,ଦଧିଚି, ବଲ୍ଲଭ ପଟେଇ ସୁଭାଷ,

ବଳ୍କଳରୁ ଚନ୍ଦ୍ରଯାନେ ହୋଇ ଅଭିଷିକ୍ତ

ହସିହସି ଗଡିବ କେ ଗଡୁ ଗଡୁ ହସିବ !


କଞ୍ଜୁସ ପଣରେ ଉପହାସେ

କିଏ ସେ ଦୁର୍ମୁଲ୍ୟ ପ୍ରାପ୍ୟ ଯେ ନେବ।


ଶସ୍ତା ଏଠି ଗାନ୍ଧୀ, ଗୋପବନ୍ଧୁ, ଜୟଦେବଙ୍କ

କୃତିତ୍ୱ ସମ୍ନାନ,

କଥା କଥାକେ ନ ଚାହଁ ପାଇବ ଯେ ଜାଣ

କିଏ କରିବ କାହିଁକି ଏଠି କର୍ଷଣ,

ଗହମ ଚାଉଳ ଭଳି ଶସ୍ତାରେ 

ମିଳେ ରେ ସମ୍ମାନ।

କିଏ ସେହି କଳାକାର ଦେବ ସନ୍ଧାନ,

ଦୁର୍ମୁଲ୍ୟ ପୁରସ୍କାର।


ସହୃଦୟ ସୁଯୋଗ୍ୟ ପାଠକର

ପାଠକୀୟ ସ୍ଵୀକୃତି ତ ଶ୍ରେଷ୍ଠ ପୁରସ୍କାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy