ସର୍ଜନର ଅଙ୍କୁରେ ଦଗମ
ସର୍ଜନର ଅଙ୍କୁରେ ଦଗମ
କର୍ମତା-
ଦିନର ସୁପ୍ରଭାତେ ଉଇଁ ସୁରୁଜ,
ଢାଳିଲାକି ନାଲି ନାଲି ଗୋଧୂଳି ମୁରୁଜ ||
ଶଙ୍ଖ ନାଦରେ କାକ, ପିକ, ବୃକ୍ଷର ଡାଳେ,
ରାବ ଦେଇ ଗଲେ ଖୁଦ ର ଆଳାସେ||
ଶଶୀ ନକ୍ଷତ୍ର ଡୁବି କହେ ସେ ତେଜସ୍କ୍ରିୟ କିରଣ,
ଦୂର କରି ଅଛି ମୁହିଁ ରକ୍ଷ୍ୟସ ତମ ||
ଗୋଧୂଳି ଉଡାଇ ଯେବେ ଗାଁଦାଣ୍ଡେ ର ସିମେ,
ଗୋକୁଳ ପୁତ୍ର କରେ ଆରାମ ଯେ ବନେ ||
ଦ୍ୱାର ଖୋଲି ଡାକୁ ଅଛି ବିପ୍ର ଗଣ,
ଉଠ ଉଠ ମହାପ୍ରଭୁ ଶଯ୍ୟା ତେଜିଣ||
ଧୀରେ ଧୀରେ ନଦୀସ୍ରୋତ କହେ ଏକବାଣୀ,
କେଉଁ ଦିଗେ ଗତି ମୁହିଁ ଜାଣି ହିତ ନାହିଁ ||
ଦିବାକର ଅଟେ ମୁହିଁ ଦୁଃଖି ଦିନର ବନ୍ଧୁ,
ଯେଯାହା କର୍ମ ସାର ବେଗ ଥମିଲାଣି ଢେଉ ||
ପୂର୍ବ ଗଗନେ ଆଗମନ ମୋର,
ପଶ୍ଚିମ ଆକାଶେ ଫେରେ କରି ସମାରୋହ ||
ତମ ଆସିଲାଣି ପୁଣି ଆକାଶ ଘୋଟାଇ,
କାମିଲାଣି ତେଜ ମୋର ଦୁର୍ବଳ ଯେ ମୁହିଁ ||
ଅଗସ୍ତେ ଅଗସ୍ତେ ଯାଉଅଛି ଧାଇଁ,
ଆସଇ ପୁଣି ନୂଆ ରଙ୍ଗ କାଲିର ପାଇଁ ||
ନବବଧୂ ପରି ଆସଇ ନାଲି ନାଲି ହୋଇ,
ଡୁବିଲା ବେଳଯାଏ ମୁହିଁ ନାଲିର ରଙ୍ଗ ନେଇ ||
ଏହିତ ପ୍ରକୃତିର ନିୟମ ଅଟେ ସାର,
ଯେଯାହା କର୍ମ ସାରି ଫେରିବେ ଈଶ୍ୱର ଦ୍ୱାର ||
