STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ସର୍ବ ବ୍ୟାପି ତୁମେ

ସର୍ବ ବ୍ୟାପି ତୁମେ

1 min
366


ତୁମକୁ ଦେଖୁଛି ନିତି ମହାବାହୁ

       ଆକାଶର ନିଳୀମାରେ 

ସକାଳ ସୁରୁଜ ମୁରୁଜରେ ତୁମେ

       ମନ୍ଦ ମନ୍ଦ ମଳୟରେ।


ତୁମକୁ ଦେଖୁଛି ପୂର୍ଣ୍ଣମୀ ଜହ୍ନରେ

         ମିଟି ମିଟି ତାରା ମେଳେ

ଶିଶୁର କୁଆଁରେ ଏନ୍ତୁଡ଼ି ଶାଳରେ

          ଜନନୀ ଅମୃତ କୋଳେ।


ଶରତ ଋତୁର ନିର୍ମଳରେ ତୁମେ

         କୋଇଲିର କୁହୁ ତାନେ

କଦମ୍ବ ଫୁଲର ବାସନାରେ ତୁମେ

          ଭ୍ରମରର ଗୁଣୁ ଗାନେ।


ତୁମେ ବିଦ୍ୟମାନ ତୁମେ ଶକ୍ତିବାନ

        ଭୂମି ଠାରୁ ଭୂମା ଯାଏ

ଏତେ ବଡ଼ ପ୍ରଭୁ ସୃଷ୍ଟିଙ୍କ ପାଖରେ

        ମଥା ମୋର ନଇଁ ଯାଏ।


ସବୁଠାରେ ଅଛି ତୁମରି ପରଶ

        ତୁମ ଆଶିଷର ଧାରା

ତୁମକୁ ଛାଡିକି କେ ରହି ପାରିବ

         ଜୀବନ ଲାଗେ ନିଆରା।



Rate this content
Log in

Similar oriya poem from Action