ସ୍ପର୍ଶ
ସ୍ପର୍ଶ
ତୁମ କଥା ମନେପଡେ ଦୁଃଖି ହୁଏ ଯେବେ,
ମଳୟ ସ୍ପର୍ଶରେ ଶରୀରେ ଶିହରଣ ଉଠେ ତେବେ।
ପ୍ରଥମ ବର୍ଷାର ଛିଟା ପଡେ ଯେବେ ମୁଖେ,
ତୁମ କଥା ମନେ ପଡେ ବେଶୀ ବେଶୀ ସେବେ।
ଦୁଷ୍ଟ ପ୍ରଜାପତି ଗଲେ ଯେବେ ବସେ,
ଲାଗେ ତୁମ ଚୁମ୍ବନ ସ୍ପର୍ଶ ପଠେଇଛ ମୋ ପାଶେ।
ସାଗର ତରଙ୍ଗ ଯେବେ ମୋ ପାଦ ଛୁଏଁ,
ଲାଗେ ତୁମ ପ୍ରେମ ମୋ ହୃଦୟକୁ ଚାହେଁ।
ବିରହ ଯନ୍ତ୍ରଣା ଆଉ ସହି ହେଉ ନାହିଁ,
ଅପେକ୍ଷାର ଧର୍ଯ୍ୟ ଆଉ ମୋର ପାଶେ ନାହିଁ।
ପ୍ରେମ ଅଗ୍ନିରେ ଜଳୁଛି ଯେ ମୁହିଁ,
ତୁମେ ଶାନ୍ତ କର ପ୍ରେମ ସ୍ନିଗ୍ଧ ଢାଳିଦେଇ।
ଓଠର ତୃଷ୍ଣାକୁ କର ତୁମେ ଶାନ୍ତ,
ବାହୁରେ ନିଆ ମୋତେ ହେ କମଳ କାନ୍ତ।
ଅପେକ୍ଷାର ଘଡି ଯାଏ ବଢ଼ି ବଢ଼ି,
ଜାଣିନି ଯେ ତୁମେ କେବେ ଆସିବ ଯେ ଫେରି।
ଚାହିଁ ଚାହିଁ ଥକି ପଡେ ତୁମ ବାଟ ଚାହିଁ,
ତୁମର କି ମନେ ପଡେ ନାହିଁ ଆମ ଏ ପ୍ରେମ କାହାଣୀ।