STORYMIRROR

Rabindra kumar Sahoo

Romance Tragedy

3  

Rabindra kumar Sahoo

Romance Tragedy

ସପନରେ ଗୋପନରେ

ସପନରେ ଗୋପନରେ

1 min
163

    ସପନରେ ଗୋପନରେ

     କିଆଁ ଆସୁ ଲୋ ସୁନ୍ଦରୀ

    କେବେ କେବେ

    ମୋ ମନ ହୃଦୟକୁ

          ଥରେ ଥରେ ?

    ମୋ ଛାତି ଥରେ

     ମୋ ଦେହେ ତାତି ବଢେ

        ମୋ ବିବେକ ଡରେ

     କିମ୍ପା ଆସୁ ପୁଣି 

        ତୁ ମୋ ଜୀବନରେ ?

     ବସି ଭାଳେ ବେଳେ ବେଳେ

     ଆମ ଅତୀତ କଥା

       ନୀଳ ସିନ୍ଧୁ ତୀରେ

    ସତେ ଦୁହେଁ ଦୁହିଁଙ୍କୁ

       ପ୍ରତୀକ୍ଷା କରିଛେ

     ଆମେ ଆମ ଅପଲକ ନୟନରେ

     ସପନରେ ଗୋପନରେ

      ଆସୁ ଲୋ ସୁନ୍ଦରୀ

     କେବେ କେବେ 

      ମୋ ମନ ହୃଦୟକୁ

            ଥରେ ଥରେ ।

     ଏ ମନ ଝୁରେ

        ଏ ହୃଦୟ ଝୁରେ

     ସତେ କି ତୁ ଅଛୁ ମୋ

          ବାହୁଛାୟା ତଳେ

     ଆମ ପ୍ରେମର ଗଭୀରତା

           କେତେ ଥିଲା

     ମନ ହୃଦୟକୁ ବେଳେବେଳେ

      ମୁଁ ପ୍ରଶ୍ନ କରେ

       କିଆଁ ସପନରେ ଗୋପନରେ

      ଆସୁ ଲୋ ସୁନ୍ଦରୀ

       କେବେ କେବେ

        ମୋ ମନ ହୃଦୟକୁ

             ଥରେ ଥରେ ?

     ଜୀବନଟା ଏକ ଭସାବାଦଲ

      ବର୍ଷିବାକୁ ହେଉଥାଏ

        ସଦା ହଲ୍ ଚଲ୍

      କିଏ ଏଠି ଖୋଜେ ଧନ

       କିଏ ଏଠି ଖୋଜେ ମନ

       କିଏ ପୁଣି ଖୋଜେ ଜ୍ଞାନ

      ହତଭାଗାଟିଏ ବୋଲି

       ମୁଁ ମୋ ନିଜକୁ ସଦା ଭାଳେ

     କିମ୍ପା ତୋର ସେହି ପ୍ରେମ

     ମୋ ମନ ହୃଦୟକୁ

      ବେଳେବେଳେ ବିଚଳିତ କରେ

     ସପନରେ ଗୋପନରେ

      କିଆଁ ଆସୁ ଲୋ ସୁନ୍ଦରୀ

      କେବେ କେବେ 

        ମୋ ମନ ହୃଦୟକୁ

          ଥରେ ଥରେ ।

      କିବା ଆଉ ଅଛି

        ଆମର ସେ ପ୍ରେମରେ

      ଯେଝା ରାସ୍ତା ଯିଏ ବାଛି ନେଇ

      ଲାଗିଲେ ଆମେ ଆମ

        ସଂସାରର କର୍ମରେ

     କାହିଁକି ସେ ପୁରୁଣା ପାଠର

        ଆଉ ଆଲୋଚନା

      ଏତେଦିନ ପରେ

       ବର୍ଷା ନ ଥାଇ

        ମିଛ ବିଜୁଳି, ଘଡଘଡି ରୂପକ

      ଆମ ପ୍ରେମ ପୁନଃ

       ଆମ ମନେ, ହୃଦେ ଉଙ୍କିମାରେ

      କି ସୁଆଦ ଅଛି ଅବା

      ସେ ପୋଡା ତରକାରୀ

           ସଦୃଶ ପ୍ରେମରେ

     ସପନରେ ଗୋପନରେ

      କିଆଁ ଆସୁ ଲୋ ସୁନ୍ଦରୀ

       ମନ ଅଗଣାକୁ

          ମୋ'ର ପୁଣି ଥରେ ?

     ମିଛ ଥିଲା ଆମ ପ୍ରେମ

      ଭାବିନିଅ ସେ ଥିଲା

      ଆମ ଜୀବନର ଏକ ଭ୍ରମ

      ପ୍ରେମରେ ବାଜିମାତ୍ କରେ

      ଏ ଦୁନିଆଁ ବଡ ଦାଣ୍ଡରେ

       ଆଜିକାଲି ଯେ

          ସର୍ବଗୁଣ ସଂପନ୍ନ

      ଧନ, ମାନ,

          ଜ୍ଞାନ, ପ୍ରତିପତ୍ତିରେ

     ହତଭାଗ୍ୟ ଭାଗ୍ୟେ

         ଲେଖା ନ ଥାଏ

      ପ୍ରେମ ପାଠେ

       ସଫଳତା ପାଇବାରେ

       ସେ ସୁନେଲି ସପନ

         ସେ ରୂପେଲି ଜହ୍ନ

           ସବୁ ମୂଲ୍ୟହୀନ

      ଆସନା ଆସନା ମୋ ଜୀନେ

       ଆଉ କେବେ ହେଲେ ଥରେ

      ମୁଁ ତ ହତଭାଗ୍ୟ

         ମୁଁ ତ ଅନ୍ଧ ପ୍ରେମିକ

      ସବୁ ଜାଣି ସବୁ ଶୁଣି

     ଅନ୍ଧ ଥିଲି ତୋ ପ୍ରେମରେ

     ଏ ସରଳ ମନରେ

     ସପନରେ ଗୋପନରେ

      କିଆଁ ଆସୁ ଲୋ ସୁନ୍ଦରୀ

     କେବେ କେବେ

       ମୋ ସରଳ ନିଷ୍କପଟ

       ମନ ଓ ହୃଦୟକୁ ଥରେ ଥରେ ?     


Rate this content
Log in

Similar oriya poem from Romance