ସ୍ଵପ୍ନ
ସ୍ଵପ୍ନ
ଆଖି ଖୋଜୁଥାଏ ସ୍ଵପ୍ନ ଦେଖିବାକୁ
ରାତି ଖୋଜୁ ଥାଏ ଦିନ
ମନ ଖୋଜୁଥାଏ ଜୀବନ ସାଥୀ ଟି
ରହିବାକୁ ଚିର ଦିନ।
ତୁମ ଆଖି ଓଠ କରିଛି ପାଗଳ
ତୁମକୁ ପାଇବା ପାଇଁ
ଛାତି ତଳେ ମୋର ହୃଦୟ ଟେ ଅଛି
ତୁମକୁ ରଖିବ ପାଇଁ।
ସପନେ ଆସୁଛ ପାଖରେ ବସୁଛ
ମୁରୁକି ହସ ଦେଇ
ସେଇ ହସ ଦେଖି ସାରା ଦୁନିଆ ଟା
ଗଲା ପାଣିରେ ମିଳାଇ।
ଦୁନିଆ ଲାଗୁଛି ମୋତେ ଭାରି ଛୋଟ
ହୃଦୟ ଲାଗେ ବିଶାଳ
ସ୍ଵପ୍ନ ରେ ଯାହା ତୁମ ପାଇ ଥିଲା
ଲାଗୁଅଛି ଏବେ ନିଜର।
ସୈାନ୍ଦର୍ଯ୍ୟ ତୁମର ମନ ହରିଲା
ରାତିରେ ନିଦ କୁ ଚୋରାଇ ନେଲା
ସ୍ଵପ୍ନ ଯାହା ଥିଲା ତୁମ ପାଇଁ ପ୍ରିୟା
ସବୁ ଆଜି କେଉଁଠି ଉଭେଇ ଗଲା।