STORYMIRROR

Bijay Prusty

Romance

3  

Bijay Prusty

Romance

ସପନ ଶେଯରେ ରାତି

ସପନ ଶେଯରେ ରାତି

1 min
163


ଦେଖିଲି ତୋତେ ଲୋ ଅନ୍ଧାର ରାତିରେ

ଆଲୁଅ ନଥିଲା କାହିଁ

ତୋ ଦେହ ଆଲୁଏ ଜଳିଗଲି ସଖୀ

ଆଖିଗଲା ବନ୍ଦ ହୋଇ I

ତୋ ନୀଳ ନୟନ ଢାଳୁଥିଲା ସଖୀ

ଜୋଛନାର ସରୁ ଧାର

ତୋ ଓଠ ଫାଙ୍କରୁ ପ୍ରୀତିର ପୀୟୁଷ

ଝରୁଥିଲା ନିରନ୍ତର I

କୁଆଁରୀ ଶୀତର କଅଁଳ ଦେହରେ

ରଙ୍ଗ ବୋଳିଦେଲୁ ବୋଲି

କମ୍ବଳ ଭିତରେ ନିଜକୁ ଲୁଚେଇ

ଅନ୍ଧାରରେ ହଜିଗଲି I

ସପନ ଶେଯକୁ ନିଅଣ୍ଟ ପଡୁଛି

ରାତିର ବିଶାଳ ଦେହ

ସକାଳକୁ ଆଉ ଡାକିବନି ବୋଲି

ଅନ୍ଧାରକୁ କହିଦିଅ I

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance