Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ସପନ ଦେଖୁଛି ରାତି

ସପନ ଦେଖୁଛି ରାତି

1 min
196



ମୁଠାରେ ମୁଠାଏ ରାତି ମୁଁ ଆଣିଛି

ତୁମରି ଆଖିର ପାଇଁ

ସାଥିରେ ଆଣିଛି ନିଦ ଦୁଇଘଡି

ଆରାମରେ ଯିବ ଶୋଇ I


ଆଞ୍ଜୁଳା ଆଞ୍ଜୁଳା ଜୋଛନାରେ ସଖୀ

ତୁମ ମୁହଁ ଦେବି ଧୋଇ

ଗଣ୍ଠିଲି ଗଣ୍ଠିଲି ସପନ ଆଣିଛି

ତୁମ ପାଇଁ ତୁମ ପାଇଁ I


ରଣିଫୁଲ ପରି ଫୁଟିଯିବେ ସଖୀ

ରଙ୍ଗ ବେରଙ୍ଗର ଫୁଲ

ଫୁଲଟିଏ ଭାବି ରଙ୍ଗ ଅଧରରେ

ଭ୍ରମର କରିବ ଗେଲ I


ସପନେ ସପନ ଛୁଇଁବ ତୁମକୁ

ନିଦରେ ଶୋଇବ ରାତି

ମନତଳେ ତୁମ ଫଗୁଣ ହସିବ

ହସି ଉଠୁଥିବ ପ୍ରୀତି I

   


Rate this content
Log in

Similar oriya poem from Romance