ପ୍ରୀତି ଜହ୍ନ
ପ୍ରୀତି ଜହ୍ନ
ଜୀବନ ନଈରେ ପ୍ରୀତିଜହ୍ନ ଛାଇ
ଅଳପ ଅଳପ ଦିଶେ
ଲାଜରେ ବାଦଲ ଯାଉଛି ଦୂରେଇ
ତାରାଟି ମୁରୁକି ହସେ ।
କିଏ ତୋଳିଦିଏ ଛନ୍ଦରେଚ୍ଛନ୍ଦରେ
ପିୟୁଷବାସ୍ନା ପ୍ରେମର
ଦୋ ଦୋ ଚିହ୍ନା ହୁଏ ଦେଖି ନଦେଖିକି
ସାଥିଟିଏ ଜୀବନର ।
ଭାରି ଭଲ ଲାଗେ କବିତା ପଦିଏ
ଲେଖି ଦେଲେ ତାହାପାଇଁ
ହୃଦୟ ଉହାଡ଼େ ଉଙ୍କି ମାରୁଥାଏ
କ୍ଷଣପ୍ରଭା ପରି ରହି ।
ତୋଳିନେଇ କରେ ବର୍ଣ୍ଣବିଭାରେ
ସାତ ରଙ୍ଗ ଦିଅ ଭରି
ପୂର୍ଣ୍ଣ କରି ଦିଅ ହୃଦୟ କଳସ
ସତ୍ୟ ଶାନ୍ତି ଦୟା ଭରି ।