STORYMIRROR

Abhijeet Mishra

Romance

3  

Abhijeet Mishra

Romance

ଶୋଇଛି ହଳଦୀ ଗୋରୀ

ଶୋଇଛି ହଳଦୀ ଗୋରୀ

1 min
13.7K


ଶୋଇଛି, ଶୋଇଛି ସେ ଯେ ହଳଦୀ ଗୋରୀ,

ଝରକା ଖୋଲା ତ କରି.

ନା, ତାକୁ ଲାଗେନା ତୁ ବର୍ଷା.

ତୋ ଛୁଆଁରେ ସେ ଚମକି ଯିବ, ଚିଡି ଯିବ...

କାଳେ ସେ ଉଠି ଯିବ, ରାଗି ଯିବ...

ରାଗି ଗଲେ ସେ, ମୋତେ ଆଉ ନିଦ ନ ହବ...।

ଶୋଇଛି, ଶୋଇଛି ସେ ଯେ ହଳଦୀ ଗୋରୀ,

ହାତ କୁ ତକିଆ କରି.

ନା, ତୁ ଗରଜେ ନା ରେ ମେଘ.

ତୋ ଶବଦେ ତା କଞ୍ଚା ନିଦ ଭାଙ୍ଗି ଯିବ, ଡରିଯିବ...

ମୁହଁ ସେ ଫୁଲେଇ ଦବ, ରାଗି ଯିବ...

ରାଗି ଗଲେ ସେ, ତା ହସ ଦେଖା ନ ଯିବ...।

ଶୋଇଛି, ଶୋଇଛି ସେ ଯେ ହଳଦୀ ଗୋରୀ,

ନିଶ୍ଚିନ୍ତ ଏକ ସପନେ ଭରି.

କାଲି ସକାଳେ ସୁରୁଜ ଆସିଲେ,

ପତାଟା ତାର ଧିରେ ଖୋଲିବ, ଆଖି ମଳିବ...

ଆଖି ଖୋଲି ସେ ହସି ଦବ, ଲାଜେଇବ...

ହସି ଉଠିଲେ ସେ, ମୋତେ ମିଠା ସପନ ହବ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance