ଶୋଇଛି ହଳଦୀ ଗୋରୀ
ଶୋଇଛି ହଳଦୀ ଗୋରୀ
ଶୋଇଛି, ଶୋଇଛି ସେ ଯେ ହଳଦୀ ଗୋରୀ,
ଝରକା ଖୋଲା ତ କରି.
ନା, ତାକୁ ଲାଗେନା ତୁ ବର୍ଷା.
ତୋ ଛୁଆଁରେ ସେ ଚମକି ଯିବ, ଚିଡି ଯିବ...
କାଳେ ସେ ଉଠି ଯିବ, ରାଗି ଯିବ...
ରାଗି ଗଲେ ସେ, ମୋତେ ଆଉ ନିଦ ନ ହବ...।
ଶୋଇଛି, ଶୋଇଛି ସେ ଯେ ହଳଦୀ ଗୋରୀ,
ହାତ କୁ ତକିଆ କରି.
ନା, ତୁ ଗରଜେ ନା ରେ ମେଘ.
ତୋ ଶବଦେ ତା କଞ୍ଚା ନିଦ ଭାଙ୍ଗି ଯିବ, ଡରିଯିବ...
ମୁହଁ ସେ ଫୁଲେଇ ଦବ, ରାଗି ଯିବ...
ରାଗି ଗଲେ ସେ, ତା ହସ ଦେଖା ନ ଯିବ...।
ଶୋଇଛି, ଶୋଇଛି ସେ ଯେ ହଳଦୀ ଗୋରୀ,
ନିଶ୍ଚିନ୍ତ ଏକ ସପନେ ଭରି.
କାଲି ସକାଳେ ସୁରୁଜ ଆସିଲେ,
ପତାଟା ତାର ଧିରେ ଖୋଲିବ, ଆଖି ମଳିବ...
ଆଖି ଖୋଲି ସେ ହସି ଦବ, ଲାଜେଇବ...
ହସି ଉଠିଲେ ସେ, ମୋତେ ମିଠା ସପନ ହବ...।