STORYMIRROR

Abhijeet Mishra

Others

2  

Abhijeet Mishra

Others

ଘୁଙ୍ଗୁର ନାହିଁ ମୋ ମନର ପଗରେ

ଘୁଙ୍ଗୁର ନାହିଁ ମୋ ମନର ପଗରେ

1 min
13.4K


ଘୁଙ୍ଗୁର ନାହିଁ ମୋ ମନର ପଗରେ

ହେଲେ ତାକଧିନ କରି ନାଚି ସେ ଯାଏରେ

ଚୁପ ହେଇ ବସିଯିବେ ମନ ଟା ଶିଖି ନ ପାରେ


କେବେ ପୁଣି ଯଦି ଉଦାସ ହେଲେ ରେ

ବୁଝେଇ ନିଜକୁ ଖିଲ କରି ସେ ହସି ଦିଏ ଥରେ

ଭାଙ୍ଗି ଗଲେ ପୁଣି ନିଜକୁ ସଜାଡ଼େ ନିଜରୀ ହାତରେ


ପଥେ ତାର କେବେ ଅନ୍ଧାର ହୁଏନି

ହାତ ଧରି ମୋତେ ବାଟ ସେ ଚଲାଏ

ମୁଁ ରହି ଗଲେ ଦିନେ ନୂଆ ବାଟ ସେ ଖୋଜି ଆଣି ଦିଏ


ତା' ପରେ...!!

ତା' ପରେ ପୁଣି "ସେମ" !!

ଘୁଙ୍ଗୁର ନ ପିନ୍ଧି ନ ରହି ନ ଥକି ତାକଧିନ କରି ନାଚି ସେ ଯାଏ ରେ...||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍