ମନ ମନ୍ଦିରରେ ଖୋଜୁଚି ମୁଁ ତୋତେ
ମନ ମନ୍ଦିରରେ ଖୋଜୁଚି ମୁଁ ତୋତେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମନ ମନ୍ଦିରରେ ଖୋଜୁଛି ମୁଁ ତୋତେ
ପାଷାଣ ହେଲୁ କି ତୁହି
ପ୍ରତିମା ପରାୟ ବସିଗଲୁ କିବା
ପାଉନାହିଁ ଖୋଜି କାହିଁ ।
ସ୍ମୃତି ତୋର ଯେତେ ସାଇତି ରଖିଛି
ମନେ ପଡେ ମୋର ନିତି
ଭାବୁଛି କେମିତି ନୈବେଦ୍ୟକୁ ଦେବି
ପ୍ରେମ ପରାତ୍ପର ପ୍ରତି ।
ମୋ ହୃଦ ଭିତରେ ମାନସ ମନ୍ଦିରେ
ରଖିଥିବି ତୋତେ ସଦା
ଭଲ ପାଇବା ମୋ ବଞ୍ଚି ରହିଥାଉ
ଅନ୍ତରେ ନାହିଁ କି ବାଧା ।
ତୁମେ ମୋ ପ୍ରେୟସୀ ହେଇ ମତ୍ତକାଶୀ
ଆସିଥିଲ ଦିନେ ପାଶେ
ତୋର ଆଲିଙ୍ଗନ ଆବୁର ଚୁମ୍ବନ
ରହିଗଲା ଅବଶୋଶେ ।
ମୋ ଆଖି ଲୁହରେ ଭିଜିଗଲେ ଦେହ
ଖୁସି କି ରହିବୁ ତୁହି
ମୋ ପ୍ରେମ ବରଷା ହେଉ ତୋର ତୃଷା
ଢାଳୁଥିବି ତୋର ପାଇଁ ।
ଖୁସି ରଖିବାର ଇଚ୍ଛା ଥିଲା ବୋଲି
ଦେଲି ଖୁସି ତୋର ଠାରେ
ସେ ଖୁସିରେ ଯଦି ଦୁଃଖ ନଭରିଲା
ମୋ ସୁଖ କି ସୁଖ ଭରେ ।
ପ୍ରଶାନ୍ତ କୁମାର ହୋତା